ସମ୍ବଲପୁରରେ ଗୋଲଡେନ୍ କପ୍ ଟି-୨୦ କ୍ରିକେଟ୍ ମ୍ୟାଚ୍ ଉଦ୍‌ଘାଟିତ।

ସମ୍ବଲପୁର:ତା.୧୨/୦୩ (ବିଏମସି ଟିଭି ଓଡିଆ)

ସ୍ଥାନୀୟ ହାୱା ମଇଦାନ ଠାରେ ଗୋଲ୍‌ଡେନ୍‌ କପ୍‌ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଭିମ୍‌ସାର୍‌ ଡ଼ା ସଞ୍ଜୀବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ଦିବସରେ ୨ଟି ମ୍ୟାଚ୍ ଖେଳା ଯାଇଥିଲା । ରାଉରକେଲା ଓ ସମ୍ବଲପୁର ଦଳ ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚରେ ବିସିସି ବରଗଡ଼ ଓ ଜିମଖାନା ରାଉରକେଲା ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବିସିସି ବରଗଡ଼ ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍‌ର ଟାର୍ଗେଟ୍ ଦେଇଥିଲା। ଦ୍ଵିତୀୟ ଇନିଂସରେ ଜିମଖାନା ରାଉରକେଲା ୧୧.୨ ଓଭରରେ ୪ ୱିକେଟ୍‌ ବିନିମୟରେ ବିଜୟୀ ହୋଇଥିଲା। ରାଉରକେଲା ପକ୍ଷରୁ ୩୧ ବଲ୍‌ରେ ୬୯ ରନ୍ ସଂଗ୍ରହ କରିଥିବା ଉମେଶ କେ.ଗୁଟାମଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା। ସେହିପରି ଦ୍ଵିତୀୟ ମ୍ୟାଚ୍‌ରେ ବଲାଙ୍ଗିର ଆର୍‌ଏସ୍ ଫାଇଟର୍ ଓ ସମ୍ବଲପୁର ବ୍ଲୁ ଡାଇମଣ୍ଡ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ବଲାଙ୍ଗିର ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୮୨ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଟାର୍ଗେଟକୁ ପିଛା କରି ବ୍ଲୁ ଡାଇମଣ୍ଡ ଟିମ୍ ୧୪ ଓଭରରେ ୮ ୱିକେଟରେ ବିଜୟୀ ହୋଇଥିଲା । ବିଜେତା ଦଳର ଆଶିଷ ଡାଲମିଆ ୪୮ ବଲରେ ୧୦୬ ରନ୍ ସଂଗ୍ରହ କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *