ହାଡ଼ିପାଲି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ।

ସମ୍ବଲପୁର ; ତା-୦୪/୦୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ହାଡ଼ିପାଲି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ସିଂ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ କୁଚିଣ୍ଡା ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ କବି ସୁବାସ ଚନ୍ଦ୍ର ନାୟକ ଏଵଂ ସମ୍ବଲପୁରୀ ଗୀତିକାର ମକର ଧ୍ଵଜ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା ନିମନ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ ।ଏହି ଅଧିବେଶନରେ ସ୍କୁଲ ପ୍ରତିଷ୍ଠାରୁ ଅଦ୍ୟାବଧି ଶିକ୍ଷକତା କରି ଆସିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ କରିଥିବା ଗୁରୁ ପୂଜନ କାର୍ଯ୍ୟକ୍ରମଟି ବେଶ୍ ହୃଦୟସ୍ପର୍ଶୀ ଥିଲା । ପୁରାତନ ଛାତ୍ରୀ ଶ୍ରୀମତୀ ସୌଦାମିନୀ ପଟେଲଙ୍କ ଚାରିଗୋଟି ପୁସ୍ତକକୁ ଲୋକାର୍ପଣ କରା ଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ କରୁଣାମୟୀ ଧନୱାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ଦେବାନନ୍ଦ କର୍ଶେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ପ୍ରାଧ୍ୟାପକ ସୁପ୍ରକାଶ ଚୌଧୁରୀ ମୁଖ୍ୟ ବକ୍ତା ,ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ରେଙ୍ଗାଲିର ଜିଲ୍ଲା ପରିଷଦ ସଭ୍ୟା ଚୋଲେଶ୍ୱରି ମହାନନ୍ଦ, କୁଚିଣ୍ଡା ଯୋନ ଜିଲ୍ଲାପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର, ସରପଞ୍ଚ ମନ୍ଦାକିନୀ ନାଏକ ଓ ସମିତି ସଭ୍ୟ ରସ୍ମିନ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉତ୍ସବରେ ସ୍କୁଲର ଉନ୍ନତି କାମନା କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଗୋପାଳ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରୀଗଣ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *