ଫୁଲବାଣୀ ଗାନ୍ଧୀସ୍ମୃତି ଭବନରେ ସୁଶାସନ ଦିବସ ପାଳନ ହୋଇଯାଇଛି ।

ଫୁଲବାଣୀ ;  ତା-୨୫/୧୨ ( ବିଏମସି ଟିଭି ଓଡ଼ିଆ)


କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତିଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହକୁ ” ସୁଶାସନ ଦିବସ ” ଭାବେ ସମଗ୍ର ଦେଶରେ ସରକାର ମହା ସମାରୋହର ସହିତ ପାଳନ କରାଯାଉଇଛି । ଆଜିର ଏହି ସୋମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋ ଗାକୁଳାନନ୍ଦ ମଲ୍ଲିକ କହିଲେ, ବାଜପେୟୀତାଙ୍କ ପାଞ୍ଚ ବର୍ଷ ଶାସନକାଳ ମଧ୍ୟରେ ଭାରତକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିପାରିଥିଲେ । ଭାରତ ମାତାର ସେବା କରିବାକୁ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ସମୟରୁହିଁ ଭୁଖ୍, ଭୟ ଓ ଭ୍ରଷ୍ଟାଚାରକୁ ହଟାଇବା ପାଇଁ ପଦକ୍ଷେପମାନ ନିଆଯାଉଛି କହିଲେ ଭୁଲ ହେବ ନାହିଁ ।

ବର୍ତ୍ତମାନ ୨୦୨୬ ମସିହା ବେଳକୁ ଓଡ଼ିଶା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ତାଙ୍କ ସରକାର ପଦକ୍ଷେପ ନେଉଛନ୍ତି । ବାଜପେୟୀ ଅନେକ ଦୃଢ଼ ପଦକ୍ଷେପମାନ ଗ୍ରହଣ କରି ଦେଶକୁ ସୁଶାସନ ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ। ପ୍ରଧାନମନ୍ତ୍ରୀଭାବେ ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଜନକୈନ୍ଦ୍ରିକ ପଦକ୍ଷେପ ଭାରତର ପରିବର୍ତ୍ତନ ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ଥିଲା। ସେ ଥିଲେ ଧର୍ଯ୍ୟର ପ୍ରତୀକ। ଯେତେବେଳେ ଅନ୍ୟ ଦଳର ନେତାମାନେ ତାଙ୍କୁ ଥଟ୍ଟା କରୁଥିଲେ ସେତେବେଳେ ସେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ସ୍ୱପ୍ନ ଦେଖୁଥିଲେ ଏବଂ ସେଥ‌ିପାଇଁ ସଂକଳ୍ପ ମଧ୍ୟ କରିଥିଲେ। କିଷାନ କ୍ରେଡିଟ୍ କାର୍ଡ,ଦିଲ୍ଲୀ, ମୁମ୍ବାଇ, ଚେନାଇ ଓ କଲିକତାକୁ ସଂଯୋଗୀକରଣ ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ସର୍ବ ଶିକ୍ଷା ଅଭିଯାନ, ନଦୀ ଅନ୍ତଃସଂଯୋଗ ଯୋଜନା ଏବଂ ଆଦିବାସୀ ବ୍ୟାପାର ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଭଳି ଯୋଜନା ସମାଜର ସମସ୍ତ ବର୍ଗଙ୍କୁ ପ୍ରଭାବିତ କରିଥିଲା। ଦେଶରେ କୃଷି ସହିତ ପ୍ରାଣୀ ସମ୍ପଦକୁ ବୃଦ୍ଧି କରିପାରିଲେ ଅର୍ଥନୀତିରେ ସୁଧାର ଆସିପାରିବ ସେ ଅନୁଭବ କରିପାରିଥିଲେ । ସରକାରଙ୍କ ଯୋଜନାଗୁଡ଼ିକ କିଛି ମୁଷ୍ଟିମେୟ ଲୋକଙ୍କ ପାଖରେ ସୀମିତ ନ ରହି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ତେବେ ଆସନ୍ତୁ ଆମେ ସମ୍ମିଳିତ ଭାବେ କାର୍ଯ୍ୟକରି ବାଜପେୟୀଙ୍କ ପରିକଳ୍ପନାକୁ ବାସ୍ତବରେ ପରିଣତ କରିବା ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ।

ମାନ୍ୟବର ବିଧାୟକ ଘୁ. ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ, ଯେ ପର୍ଯ୍ୟନ୍ତ ଠିକ୍ ଶିକ୍ଷାଦାନ ଦିଆଯାଇପାରିନାହିଁ ସେ ପର୍ଯ୍ୟନ୍ତ ସୁଶାସନ ସମ୍ଭବ ହୋଇ ପାରିପାରିବ ନାହିଁ। ସୁଶାସନ ସେତେବେଳେ ସମ୍ଭବ ହେବ ଯେତେବେଳେ ସମସ୍ତେ ନିଜ ନିଜରର ସଠିକ ଦାୟିତ୍ବ ତୁଲାଇବାରେ ସକ୍ଷମ ହୋଇପାରିବେ । ଆବଶ୍ୟକ ପଡ଼ିଲେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଜରୁରୀ ଆବଶ୍ୟକ ବୋଲି ମାନ୍ୟବର ବିଧାୟକ ଶ୍ରୀ ପ୍ରଧାନ କହିଥିଲେ । ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ରାଷ୍ଟ୍ରକୁ ସଶକ୍ତ କରିବା ପାଇଁ ବାଜପେୟୀ କିଭଳି ଦ୍ରୁତ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ବ ଦେଉଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା- କାର୍ଯ୍ୟନିର୍ବାହୀ ଅଧୁକାରୀ, ଜିଲ୍ଲା ପରି ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ଶ୍ରୀ ସ୍ନେହାଶିଷ ସାହୁ, ଉପ-ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଭାରତୀୟ ରାଜନୀତିରେ ବାଜପେୟୀଙ୍କ ଅବଦାନ ତାଙ୍କର ଦୃଷ୍ଟିକୋଣକୁ ସ୍ମରଣ କରିବା ପାଇଁ ସୁଶାସନ ଦିବସ ପ୍ରତିଷ୍ଠା କରାଯାଇଥିବା ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା ପରିଚାଳନା କରିଥିବାବେଳେ, ପ୍ରକଳ୍ପ ପ୍ରଶାସିକା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦେବଜାନୀ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। । ସୁଶାସନ ଦିବସ ପାଳନ ଅବସରରେ ଜିଲ୍ଲାର କବିମାନଙ୍କ ଦ୍ବାରା ଅଟଳ ବିହାରୀ କରାଯିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରାଯାଇଥିଲା ଓ କବି ମାନଙ୍କ ଦ୍ୱାରା ସରକାରୀ ଯୋଜନା ଉପରେ ବାଜପେୟୀଙ୍କ ଜୀବନୀ, ଜୀବନାଦର୍ଶ ଉପରେ ଆଧାରିତ କବିତା ପାଠୋତ୍ସବ କରାଯିବା ପାଇଁ , ସମାଜ ମଙ୍ଗଳ ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ଯୋଗ୍ୟ ହିତାଧୁକାରୀଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଥିଲା |ବିଭିର୍ଣ୍ଣ କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତି ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ, କାର୍ଯ୍ୟ ସ୍ଥାନୀୟ ଜନସାଧାରଣ, ପଦାଧିକାରୀ,ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗଦାନ କରିଥିଲେ।

କନ୍ଧମାଳ ଜିଲ୍ଲା  ଫୁଲବାଣୀରୁ ଶ୍ରୀ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ  ବିଏମସି ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *