ମନରେଗା କାର୍ଯ୍ୟରେ ନିରୀହ ଗରିବ ହିତାଧିକାରୀଙ୍କ ପଇସା ଖାଇଲେ ସରକାରୀ ଅଧିକାରୀ ।

ରାୟଗଡ଼ା ;ତା-୦୯/୦୫(ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ଜ଼ିଲ୍ଲା ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଅଧୀନରେ ଏମ୍‌ଜି.ଏନ୍‌.ଆର୍.ଜିଏସ୍‌ କାଶୀପୁର ବ୍ଲକ୍ ରେ ହୋଇଥିବା ବିଭିନ୍ନ ଚାରାରୋପଣ, ପୋଖରୀ ଖନନ ଦୁର୍ନୀତି ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହାକୁ ଭିତିକରି ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅତିରିକ୍ତ ଏସ୍‌ପି ଅନନ୍ତ କୁମାର ମଲିକଙ୍କ ନେତୃତ୍ୱରେ ୩ଟି ଟିମ୍ କାଶୀପୁର ବ୍ଲକ୍ ର କିଛି ହିତାଧିକାରୀ କାରିଙ୍କ ପାଖକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଲିମଡ଼ା, ଚନ୍ଦ୍ରଗିରି, ରୟାଲପେଟା, ମାଣ୍ଡିବିସି ଓ ସୁରୁଗୁଞ୍ଜା ଅଞ୍ଚଳରେ ଏହି ତଦନ୍ତ ଆରମ୍ଭ କରାଯାଇଥିଲା। ଶୁଣିବାକୁ ମିଳିଛି, ଭିଜିଲାନ୍ସ ତଦନ୍ତ ବିଷୟରେ ପୂର୍ବରୁ ସୂଚନା ପାଇବା ପରେ ବ୍ଲକ୍ ର କିଛି ସ୍ଥାନରେ ରାତାରାତି ପୋଖରୀ ଖନନ କରାଯାଇଥିବା ଜଣାପଡ଼ିଛି । ଯାହା ଭିଜିଲାନ୍ସ ଅଧିକାରୀଙ୍କୁ ପୋଖରୀ ଖନନ ସ୍ଥାନ ମାପଚୂପ କରାଯାଉଛି । ତଦନ୍ତ ପାଇଁ ଅଧିକା ଖୋରାକ୍ ଯୋଗାଇଛି। କାଶିପୁର ବ୍ଲକ୍ ର ତଳ ଝିରି ଅଞ୍ଚାଲରେ ଜଳଛାୟା ପ୍ରକଳ୍ପ ର କୁମାର ଜେ ଇ ପଖୋରୀ ଖନନ ପାଇଁ ଆଦିବାସି ହିତାଧିକାରୀ ମାନଙ୍କୁ ଧମକ ପୂର୍ଣ୍ଣ ଓ ଅଶ୍ଳିଳ ଭାଷା ପ୍ରୟୋଗ କରି ଗାଳି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୧ଟି ପଞ୍ଚାୟତ ଦୃନୀତି ର ଗନ୍ତାଘର ପାଲଟିଛି ।ରାୟଗଡା ଜ଼ିଲ୍ଲା ର ୧୧ଟି ବ୍ଲକ୍ ମଧ୍ୟରେ କାଶୀପୁର ବ୍ଲକ୍ ବାସିନ୍ଧା ଶାନ୍ତ ଓ ସରଳ ସ୍ୱଭାବର ହୋଇଥିବାରୁ ସରକାରୀ କର୍ମ ଚାରୀମାନେ ଲୋକଙ୍କ ଝାଳବୁହା ପଇସା ହରିଲୁଟ୍ କରିବାର ମାହିଁର୍ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ପବିତ୍ର ନାଇକ୍ ସିଲ୍ ଭର୍ ପ୍ଲାନ୍ ଟେସନ ଗଛଲଗାଇଛନ୍ତି ସରକାରଙ୍କ ତରଫରୁ କିଛି ପଇସା ପାଇଲେ ଘରପରିବାରଙ୍କୁ ଭରଣ ପସଣ କରିବାରେ ସହାୟତା ବୋଲି ଆଶାରଖିଥିଲେ କିନ୍ତୁ ସରକାର ତାଙ୍କ ପରିବାରଙ୍କ ପେଟ ମାରିଦେଲେ ଏହିପରି ଧୀରେନ୍ଦ୍ର ନାଇକ୍ ର ପଇସା ଆତ୍ମୋସାତ କରିଥିଲେ ବାରମ୍ବାର ପ୍ରତିରୋଧ କଲାପରେ (ଦୀପକ କୁମାର ସାହୁ ଜେଇ) ୪୮୫୦୦୦ ଚାରିଲକ୍ଷ ପଞ୍ଚାଅସି ହଜ଼ାର ଏଗ୍ରିମେଣ୍ଟ କରିଥିଲେ ପଇସା ଦେବାପାଇଁ । ଭିଜିଲାନ୍ସ ତଦନ୍ତ ଅଧାପନ୍ତରିଆ ରହିଗଲା ପଇସା ନେଇ ଏହିଭଳି ଜ଼ିଲ୍ଲା ରୁ ରାଜ୍ୟ ପର୍ଯ୍ୟନ୍ତ ଅଭିଯୋଗ କଲାପରେ ମଧ୍ୟ୍ୟ ନିରୀହ ଖଟିଖିଆ ଗରିବଙ୍କ ଦୁଃଖ ବୁଝିବାରେ ପ୍ରଶାସନ ର ଅନ୍ତରିକଥା ହଜିଯାଇଛି ବୋଲି ବୁଦ୍ଧିଜୀବୀ ମୋହଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଜେଇ ରାଜେନ୍ଦ୍ର କସଲା,ଜେଇ ମଧୁ ହୋଂତାଳ, ଏପିଡି ରାଜେନ୍ଦ୍ର ନାଇକ ସହ ୨୧ଟି ପଞ୍ଚାୟତ ରଜେଇ ନିରୀହ ଗରିବଙ୍କ ପଇସା ଆତ୍ମୋସାତ କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ପ୍ରଶାସନ ନିରୀହ ଗରିବ ଖଟିଖିଆ ମାନଙ୍କ ପଇସା କେବେଦେବେ ତାହା ଦେଖିବାକୁ ବାକି ରହିଲା ।

ରାୟଗଡା ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *