ସମ୍ବଲପୁର ;ତା-୨୧/୦୧(ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକ ବଡ ମୁଣ୍ଡାଲୋଇ ଗ୍ରାମର ଧରଣୀଧର ଲଙ୍କା ଉତ୍ପାଦକ କମ୍ପାନୀର ଚାଷୀମାନଙ୍କର ଆର୍ଥିକ ଉନ୍ନତି ଏଵଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସଶକ୍ତିକରଣ ପାଇଁ ନାବାର୍ଡର ଆର୍ଥିକ ସହାୟତା ଏଵଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ୍ର ସହଯୋଗରେ କୁଚିଣ୍ଡାର ମୁକୁଦି ଖେଳପଡିଆ ସମ୍ମୁଖରେ ଏକ ଗ୍ରାମୀଣ ବଜାର ଉଦ୍ଘାଟିତ ହୋଇଯାଇଛି। ଉପ -ଜିଲ୍ଲାପାଳ କୁଚିଣ୍ଡା ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏଜିଏମ ନାବାର୍ଡ ଧୀରେନ୍ଦ୍ର ଦାସ୍, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଦେବକିଶୋର୍ ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ୍ ଏଵଂ ସାର୍କ୍ ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମୀଣ ବଜାର ଦ୍ଵାରା ସ୍ଥାନୀୟ ଲୋକମାନଙ୍କୁ ସ୍ଵୟଂସହାୟକ ଦଳ ଏଵଂ କୃଷକ ଉତ୍ପାଦନ କମ୍ପାନୀମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟରେ ବିକ୍ରିବଟା ନିମନ୍ତେ ବ୍ୟବସ୍ଥା କରାଯାଇଅଛି। ଏଠାରେ ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ତୈଳବୀଜ, ଡାଲି ଜାତୀୟ ଫସଲ, କ୍ଷୁଦ୍ର ଶସ୍ୟ, ବାଉଁଶ, ମହୁ , ଲଘୁବନ ଜାତ ଦ୍ରବ୍ଯ ସହିତ ବିଭିନ୍ନ ପନିପରିବା ଓ ଫଳ ଚାରା ସୁଲଭ ମୂଲ୍ୟରେ ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଇଅଛି। ଶେଷରେ ଅଶୋକ କୁମାର ପାଣିଗ୍ରାହୀ ଉପସ୍ଥିତ ଅତିଥି ଏବଂ ଚାଷୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।