ଗୁଦ୍‌ଗୁଦା ସାହିତ୍ୟ ସଂସଦ ଉଦ୍‌ଘାଟିତ, ଅର୍ଦ୍ଧ ଶତାଧିକ କବିଙ୍କ କବିତା ପାଠ।

ସମ୍ବଲପୁର: ତା.୧୮/୦୫(ବିଏମସି ଟିଭି ଓଡିଆ)

କୁଚିଣ୍ଡା ନିକଟବର୍ତ୍ତି ପତ୍ରାପାଲି ଗ୍ରାମରେ ନବଗଠିତ ଉପଖଣ୍ଡ ସ୍ତରୀୟ ସାରସ୍ଵତ ଅନୁଷ୍ଠାନ ଗୁଦ୍‌ଗୁଦା ସାହିତ୍ୟ ସଂସଦ ଉଦ୍‌ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଗୁଦ୍‌ଗୁଦା ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ହେଲେ ଏଠାରେ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବା ନିହାତି ଆବଶ୍ୟକ। ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ସ୍ଥାନୀୟ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଶକ୍ତ ହେବ। ଏଥିପାଇଁ କବି ଲେଖକମାନଙ୍କୁ ମଧ୍ୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡିବାକୁ ପଡ଼ିବ। ସଂସଦର ସଭ୍ୟମାନେ ଏଥିପାଇଁ ଲେଖନୀ ଚାଳନା କରି ନେତୃତ୍ୱ ନେବାକୁ ଆହ୍ବାନ ଦେଇଥିଲେ । ଏହି ସଂସଦର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଝାରସୁଗୁଡ଼ାର କବି ପ୍ରେମ ସାଗର ଡେହେରିଆ ଓ ଦେବଗଡର କବି ବିପିନ ବିହାରୀ ପୃଷ୍ଟି ମଧ୍ୟ ଭାଷଣ ଦେଇ ଏହି ସଂସଦ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତାର ସାରସ୍ଵତ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ କୁଚିଣ୍ଡା ଉପଖଣ୍ଡର ମାଟ୍ରିକ ଟପ୍ପର ବରୁଣ ପୃଷେଠ ଓ ଆଦର୍ଶ ଚାଷୀ ସୌଭାଗ୍ୟ କୁମାର ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ର ବରୁଣଙ୍କ ଅନୁପସ୍ଥିତିରେ ମାନପତ୍ର , ଉତ୍ତରୀୟ ସହିତ ସାରସ୍ଵତ ପୁସ୍ତକ ଉପହାରକୁ ତାଙ୍କ ବାପା ଲୋକନାଥ ପୃଷେଠ ଗ୍ରହଣ କରିଥିଲେ ।ପ୍ରାରମ୍ଭରେ ସଂସଦର ସମ୍ପାଦକ ଶେଖର ବନମାଳୀ ନାମଦେଓ ସଂସଦ ଗଠନର ଇତିହାସ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ବସନ୍ତ ଚୌଧୁରୀ ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅନୁଷ୍ଠିତ କବି ସମ୍ମିଳନୀରେ ଆବୃତ୍ତି କବିତା ଗୁଡ଼ିକ ସଂଯୋଜନା କରିଥିଲେ। ଏଥିରେ ଦେବଗଡ଼ , ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳର ବିଶ୍ଵ ନାଥ ସାହୁ, ସୌଭାଗ୍ୟ ଚନ୍ଦ୍ର ପାତ୍ର, ରେବତୀ ନାଏକ, ସୁଶିଲ କୁମାର ମହାକୁଲ, ଲୋକନାଥ ବେହେରା, ଯତୀନ୍ଦ୍ର ପ୍ରଧାନ, ହେମନ୍ତ କୁମାର ପୃଷେଠ , ନନ୍ଦିନୀ ନାଏକ, ସବିତା ପଟେଲ, ପଦ୍ମିନୀ ବାଂକରା, ଖଗେଶ୍ବର ସେନାପତି, ପ୍ରଦୀପ୍ତ କୁମାର ପଟେଲ , ରଜନୀ ପଟେଲ, କୈଳାସ କୁମାର ଅଗ୍ରୱାଲ, ପରମେଶ୍ବର ପଟେଲ, ପ୍ରମୋଦ ନାଏକ , ନଳିନୀ ନାଏକ ପ୍ରମୁଖ ଅର୍ଦ୍ଧ ଶତାଧିକ କବି ତାଙ୍କ ସ୍ବରଚିତ କବିତା ପାଠ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସଂସଦର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଏହି ଅଞ୍ଚଳର ଶିକ୍ଷା ଓ ସାହିତ୍ୟର ଉନ୍ନତି ତଥା ଏ ଅଞ୍ଚଳର ପ୍ରତିଭାଙ୍କ ସ୍ଵୀକୃତି ପାଇଁ ଉଦ୍ୟମ କରାଯିବାକୁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସଂସଦର ଯୁଗ୍ମ ସମ୍ପାଦକ ବିଶ୍ଵନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *