ଡୁକୁମ ସରପଞ୍ଚଙ୍କ ତିନିବର୍ଷରେ ମାନ୍ୟବର ଅଦାଲତ ପଦ ରଦ କଲେ।

ରାୟଗଡା :ତା-୦୨/୦୫(ବିଏମସି ଟିଭି ଓଡ଼ିଆ )

ରାୟଗଡା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଦୁକୁମ ଗ୍ରାମପଞ୍ଚାୟତ ର ଜୟନ୍ତୀ ସlରକାଙ୍କ ସରପଞ୍ଚ ପଦ କୁ ରଦ କରିଛନ୍ତି ବିଷମକଟକ ଅତିରିକ୍ତ ସିଭିଲ ଜର୍ଜ ମାନ୍ୟବର ଅଶ୍ୱିନୀ କୁମାର ସାହୁ। ଏପ୍ରିଲ ମାସ 25 ତାରିଖରେ ଏହି ରାୟ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ ଯେ ଦୁକୁମ ଗ୍ରାମପଞ୍ଚାୟତ ର ସରପଞ୍ଚ ପଦ ପାଇଁ ୫ଜଣ ପାର୍ଥୀ ନିର୍ବାଚନ ଲଡିଥିଲେ।ଏଥିରେ ଜୟନ୍ତୀ ସlରକା ସରପଞ୍ଚ ଭାବେ ବିଜୟ ଲାଭ

କରିଥିବା ବେଳେ ପରାଜୟ ପାର୍ଥୀ ବିନତି ପୀଡିକାକା ବିଜୟୀ ପାର୍ଥୀ ଜୟନ୍ତୀଙ୍କ ତିନୋଟି ସନ୍ତାନ ରହିଥିବା ଅଭିଯୋଗ ଆଣି 2022 ମସିହାରେ ବିଷମକଟକ ଅତିରିକ୍ତ ସିଭିଲ ଜର୍ଜ କୋୖର୍ଟରେ ଦ୍ୱାରସ୍ଥ ହୋଇ ବିଜୟୀ ପାର୍ଥୀ ଜୟନ୍ତୀଙ୍କ ପଦକୁ ରଦ କରିବାକୁ ଆବେଦନ କରି ମାମଲା ରୁଜୁ କରିଥିଲେ। ନିର୍ବାଚନ ନିୟମ ପ୍ରକାରେ ତିନୋଟି ଛୁଆ ଥିଲେ ପାର୍ଥୀ ନିର୍ବାଚନ ଲୋଡ଼ି ପାରିବେ ନାହିଁ ବୋଲି ସରକାରଙ୍କ

ନିୟମ ରହିଛି। କିନ୍ତୁ ଜୟନ୍ତୀ ମିଥ୍ୟା ସତ୍ୟପାଠ ଦାଖଲ କରି ସରପଞ୍ଚ ପଦ ବିଜୟୀ ହୋଇଥିଲେ। ଡୁକୁମ ସରପଞ୍ଚଙ୍କ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତିକରି ମାନ୍ୟବର ଅଦାଲତ ଜୟନ୍ତୀ ସlରକା ଙ୍କ ସରପଞ୍ଚ ପଦକୁ ରଦ କରିଥିବା ନେଇ ଡ଼ୁକୁମ ଗ୍ରାମ ପଞ୍ଚାୟତର ଦେବେନ୍ଦ୍ର ପୀଡିକାକା, ସନ୍ୟାସୀ ପୀଡିକାକା ଧନପତି କୁଲୁସିକା, ରଞ୍ଜନ ରତ୍ନାଲୁ, ରମେଶ କୁସୁଲିଆ ଏବଂ ପ୍ରତିପକ୍ଷ ବରିଷ୍ଠ ଓକିଲ ଦିଲୀପ ମହାରଣା ସୂଚନା ଦେଇଛନ୍ତି।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *