ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ।

ଗଞ୍ଜାମ  :ତା-୨୭/୦୫(ବିଏମସି ଟିଭି ଓଡ଼ିଆ )


ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏମ୍ ଶ୍ରବଣା ବିବେକ , ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର , ପ୍ରୋବେସନ ଭା.ପ୍ର.ସେ ମ୍ରିନାଲିକା ରାଠୋର ଙ୍କ ଉପସ୍ଥିତିରେ ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୫ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା । ବ୍ୟକ୍ତିଗତ ଅଭିଯୋଗ ୩୨ଟି ଥିବାବେଳେ ସାମୁହିକ ଅଭିଯୋଗ ୨ଟି ଥିଲା ଏବଂ ତ୍ୱରିତ ଦୁଇଟି ଅଭିଯାଗର ଫଇସଲା ହୋଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠି ତରଫରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଶିକ୍ଷା ,ସ୍ଵାସ୍ଥ୍ୟ,ସୁଭଦ୍ରା,ଜଳ ସମସ୍ୟା ଇତ୍ୟାଦି। ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ରେ ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ , ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର ଏଵଂ ବିଡ଼ିଓ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *