କେତେଦିନ ଲାଗିବ ରାସ୍ତା କାମ


ଦଶପଲ୍ଲା:- ୦୬/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଆଗକୁ ଆସୁଛି ଚନ୍ଦନ ଯାତ୍ରା। ୧୪/୧୫ନମ୍ବର ୱାର୍ଡ ର ନାଟିକା ପୋଖରୀ କୁ ସଂଯୋଗ କରୁଥିବା ରାସ୍ତାର କାମ କେବେ ଆରମ୍ଭ ହେବ। ୨ବର୍ଷ ହେବ ଟେଣ୍ଡର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇପାରିଲା ନାହିଁ। ଏଥିରେ ଦୋଷ କାହାର। ପ୍ରଶାସନ ନା ରାଜନୈତିକ ଚାପ ପଡି ଚେପା ହେଉଛି ଏହି ରାସ୍ତା କାମ।ସୂଚନା ଅନୁସାରେ ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ସାତପଟଣା ର ଚନ୍ଦନ ଯାତ୍ରା ନିମନ୍ତେ ପୋଖରୀକୁ ଯିବା ରାସ୍ତାର ଉର୍ନତି କରଣ ପାଇଁ ଟେଣ୍ଡର ହୋଇଥିବା ବେଳେ ଆଜକୁ ୨ବର୍ଷ ପୂରଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରୁନାହିଁ। ଅନ୍ୟ ସମସ୍ତ ୱାର୍ଡ ରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି କାର୍ଯ୍ୟ ହୋଇପାରୁନାହିଁ କାହିଁକି? ଯଦି ଏହି କାମ ପାଇଁ ବିରୋଧ ହେଉଛି ତାହାହେଲେ ଟେଣ୍ଡର ହେଲା କେମିତି। ଏମିତି ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଦେଖ ଆଗକୁ କାମ ହେଉଛି ନା ସେହି ଖଣ୍ଡିଆ ରାସ୍ତାରେ ମହାପ୍ରଭୁ ଚନ୍ଦନ ଯାତ୍ରା ନିମନ୍ତେ ଚାପ ଖେଳିବା ପାଇଁ ନାଟିକା ପୋଖରୀ କୁ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ

Leave a Reply

Your email address will not be published. Required fields are marked *