ଅରୁଣ ଶୁକ୍ଲା ଫାଉଣ୍ଡେସନର ଶୁଭାରମ୍ଭ ଅବସରରେ ଶତାଧିକ ଗରୀବ ଅସହାୟଙ୍କୁ ଶୀତ ବସ୍ତ୍ର ପ୍ରଦାନ।


ସମ୍ବଲପୁର ;ତା-୨୫/୧୨(ବିଏମସି ଟିଭି ଓଡିଆ)

ପବିତ୍ର ବଡଦିନ ଓ ତୁଳସୀ ପୂଜନ ଦିବସରେ ଗରୀବ ଅସହାୟଙ୍କୁ ପୂଜା କଲାପରି ପ୍ରମୁଖ  ସେବାର ଭୂମିକା ରଖି ଆଜି ଅରୁଣ ଶୁକ୍ଲା ଫାଉଣ୍ଡେସନର ଶୁଭାରମ୍ଭ ହୋଇ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ପଡିଆବାହାଲ ଠାରେ ନବ ନିର୍ମିତ କଲ୍ୟାଣ ମଣ୍ଡପରେ ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବାହାମ ଗ୍ରାମ ପଞ୍ଚାୟତର ଶତାଧିକ ଗରୀବ ଅସହାୟ ବରିଷ୍ଠ ପୁରୁଷ ଓ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଫାଉଣ୍ଡେସନ ମୁଖ୍ୟ ଅରୁଣ କୁମାର ଶୁକ୍ଲା (ସିଲୁ)ଙ୍କ ଉପସ୍ଥିତିରେ ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ସେବା ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ବିଶେଷ ସଂଗଠକ ପ୍ରମୋଦ କୁମାର ମଗର, ପୂର୍ବତନ ସମିତି ସଭ୍ୟ, ହରିହର ନାୟକ,ସଂଗଠକ ତଥା ଶିକ୍ଷକ ଜୟକୃଷ୍ଣ ବାଗ ଅତିଥି ଭାବେ ଯୋଗଦେଇ  ଉପସ୍ଥିତ ବରିଷ୍ଠ ନାଗରୀକ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ସମାଜସେବୀ ସଚିତ କୁମାର ବେହେରା (ହଲୁ)ଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ସମସ୍ତଙ୍କୁ ଜଳପାନ ଓ ପାନୀୟ ଜଳ ଦେଇ ଆପ୍ୟାୟିତ କରାଯାଇ ଥିବା ବେଳେ ଏଥିରେ କୁଶ ରାଉତ, ଉପେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ସମଗ୍ର ଅଞ୍ଚଳରେ ବିଭିନ୍ନ ସେବା କାର୍ଯ୍ୟକୁ ଆଗେଇ ନେବାପାଇଁ ଫାଉଣ୍ଡେସନ ମୁଖ୍ୟ ଶ୍ରୀ ଶୁକ୍ଲା ଘୋଷଣା କରି ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *