ନୟାଗଡ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଉପୁଜିଥିଲା କଳହ। ଏହି କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀ ର ଅଶ୍ଳୀଳ ଭିଡ଼ିଓ କୁ ଶଳା ପାଖକୁ ପଠାଇ ଥିବାରୁ ଗିରଫ ହେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଵାଣିଗୋଚ୍ଛା ଥାନା ଅନ୍ତର୍ଗତ ଫାଲପାଜୁ ଗ୍ରାମରେ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ କିଶୋର ବିନ୍ଧାଣି ଙ୍କ ପୁଅ ଭରତ ବିନ୍ଧାଣି (୨୫)ବୋଲି ଜଣାପଡିଛି। ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ପ୍ରଚଣ୍ଡ ରାଗି କରି ଭରତ ନିଜ ସ୍ତ୍ରୀ ର ଅଶ୍ଳୀଳ ଭିଡ଼ିଓ କୁ ନିଜ ଶଳା ପାଖକୁ ପଠାଇଥିଲା। ଏହାକୁ ନେଇ ଵାଣିଗୋଚ୍ଛା ଥାନାରେ ଅଭିଯୋଗ ହେଲାପରେ ପୋଲିସ ଘଟଣା ର ତଦନ୍ତ ସହିତ ଅଭିଯୁକ୍ତ ଭରତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଵାଣିଗୋଚ୍ଛା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ପ୍ରକାଶ କରିଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।