ବଡଶିଲିଙ୍ଗା ପଚାଂୟତବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ବ୍ଲକ ସମ୍ମୁଖରେ ଧାରଣା

ଗଣିଆ:- ତା – ୦୬/୦୫/୨୫ (ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଆଦିବାସୀ ଅଧୂଷିତ ବଡଶିଲିଙ୍ଗା ପଚାଂୟତବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ସମାଧାନନେଇ ପ୍ରଶାସନ ପାଖରେ ଦାବୀ କରିଆସୁଥିଲେ କିନ୍ତୁ କେହି କର୍ଣ୍ଣପାତ କରିନଥିଲେ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ନେତୃତ୍ୱରେ ଗତ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଙ୍କ ସମେତ ନୟାଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ୨୦ ଅଧିକ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିଲେ । କିଛି ସୁଫଳ ନ ମିଳିବାରୁ ମଙ୍ଗଳବାର ପୂର୍ବାହ୍ନ ୧୧ ଘଂଟିକା ସମୟରେ ଭାରତୀୟ ବିକାଶ ପରିଷଦସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ, ଉପ ସଭାପତି ନିରଞ୍ଜନ ଦାସ , ଜିଲ୍ଲା ସଭାନେତ୍ରୀ କନକଲତା ପ୍ରଧାନ , ରାଜ୍ୟ ୟୁଥ୍ ସଭାନେତ୍ରୀ ସୁନିତା ପଟ୍ଟନାୟକ, ବଡ଼ଶିଲିଙ୍ଗା ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ , ସମିତି ସଭ୍ୟା ଜାନକୀ ଦେହୁରୀଙ୍କ ସମେତ ୨୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଗଣିଆ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗଣିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ବିଭିନ୍ନ ଶ୍ଳୋଗ୍ନାନ ଦେଇ ଧାରଣାରେ ବସିରହିବା ସହିତ ମୌଳିକ ସମସ୍ୟା ପୂରଣନ ହେଲା ପଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅହୋରାତ୍ର ଧାରଣା ଜାରି ରହିବ ବୋଲି ସଭାପତି କହିଛନ୍ତି । ଘଟଣା ସ୍ଥଳରେ ଗଣିଆ ତହସିଲଦାର ପ୍ରୀତିବାଳା ରଣା, ବିଡ଼ିଓ ସାଗର ନନ୍ଦ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ନୟାଗଡ଼ ଏସିଏଫ ଦେବୀପ୍ରସାଦ ରାଉତ ପହଂଚି ଲୋକଙ୍କୁ ବୁଝା ସୁଝାକରିଥିଲେ କିନ୍ତୁ ଅଂଚଳବାସୀ ଜିଦରେ ଅଟଳ ଥିଲେ । ଖବର ଲେଖିବା ବେଳକୁ ବଡସିଲିଙ୍ଗା ପଂଚାୟତବାସି ବ୍ଲକ କାଯ୍ୟଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ତେବେ ବଡଶିଲିଙ୍ଗା ପଚାଂୟତର ବିଭିନ୍ନ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌, ମୋବାଇଲ ସେବା, ଡାକସେବା, ରାସନକାର୍ଡ, ଜଙ୍ଗଲ ଅଧିକାର ଆଇନରେ ଗୋଷ୍ଠୀ ଗତ ଓ ବ୍ୟକ୍ତିଗତ ପଟ୍ଟା ପ୍ରଦାନ, କେତେକ ଗ୍ରାମରେ ଆଶା କର୍ମୀ ନିଯୁକ୍ତି, ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବା , ଉଠାଜଳସେଚନ, କେନ୍ଦୁପତ୍ର ଫଡି ନିର୍ମାଣ, ଆବାସ ଯୋଜନା ଓ ବଡମୂଳ ଠାରୁ କୁତୁରୀ ରାସ୍ତା , ବିଦ୍ୟୁତ ସଂଯୋଗ ପରି ବିଭିନ୍ନ ଦାବୀ ରହିଛି । ଏ କଣ ବିକାଶ? ବିକାଶ ର ସଂଜ୍ଞା ଏଠି ନିଶ୍ଚିର୍ଣ୍ଣ୍ହ। ଦେଖାଯାଉ ବିଗତ ସରକାର ଅମଳରେ ମୌଳିକ ସମସ୍ୟା ତ ଦୂର ହୋଇ ନାହିଁ, ନୂତନ ସରକାର ତଥା ବିଜେପି ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *