ଚିକିତ୍ସା ଅଭାବରୁ ଯଦି କାହାର ମୃତ୍ୟୁ ଘଟେ ତେବେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟୀ ହେବେ ।

ବଲାଙ୍ଗୀର ; ତା-୨୩/୦୧(ବିଏମସି ଟିଭି ଓଡିଆ )

ତେଜୁଛି ଜନ ଅସନ୍ତୋଷ, ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନ କରି ସାଧାରଣ ଲୋକ ଙ୍କ  ଜୀବନ ସହ ଖେଳ ଚାଲିଥିବା ବେଳେ ସିଧା, ସଳଖ ସ୍ବାସ୍ଥ୍ୟ ମନ୍ତ୍ରୀ  ଙ୍କୁ ଦାୟୀ କଲେ ଟିଟିଲାଗଡ ବିଜେପି ଦଳ ନଗର ଉପ ସଭାପତି ବରିଷ୍ଠ ନେତା ରଶ୍ମି ରଞ୍ଜନ ଖମାରୀ । ବିଶେଷ ଦ୍ରଷ୍ଟବ୍ୟ ଯେ, ଶିକ୍ଷା,ସ୍ବାସ୍ଥ୍ୟ ,ଗମନା,ଗମନ କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବିକେ ତାଲିକା ଭୂକ୍ତ ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା କୁ ସମ୍ପୂର୍ଣ୍ଣ ଅବହେଳା କରିବା ଶହ ଏହି ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୂଖ୍ୟ ଚିକିତ୍ସାଳୟ ରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସହ ଅର୍ଥ ଅଭାବ ରୁ ଲୋକେ ଅକାଳ ମୃତ୍ୟୁ ବରଣ କରିବା ସାର ହୋଇଛି । ସରକାର ବଦଳିବା ଓ ଡବଲ ଇଞ୍ଜିନ ସରକାର କେବଳ ନାମକୁ ମାତ୍ର ବୋଲି କୁହାଯାଉଛି । ନିର୍ବାଚିତ ହୋଇ ଏତେ ଦିନ ବିତି ସୁଦ୍ଧା ଡାକ୍ତର,କର୍ମଚାରୀ ସମସ୍ୟା ବୃଦ୍ଧି ପାଇଛି । ପ୍ରକାଶ ଯେ,ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କୌଣସି ବିଶେଷଜ୍ଞ ଡାକ୍ତର ନ ଥିବା ଓ ମାତ୍ର ଦୁଇ ଗୋଟି ଆମ୍ବୁଲାନ୍ସ ରେ ଏହି ଡାକ୍ତରଖାନା ତଥା ଟିଟିଲାଗଡ ନିକଟସ୍ତ ସାତ କିଲୋମିଟର ଦୂର ମାତୃ ଓ ଶିଶୁ ଡାକ୍ତରଖାନା ପରିଚାଳିତ ହେଉଛି । ଲୋକେ ଆମ୍ବୁଲାନ୍ସ ନ ପାଇ ପଡୋଶୀ କଳାହାଣ୍ଡି ,ନୂଆପଡ଼ା ରୁ ଯିବା ଆସିବା ପାଇଁ ଗାଡ଼ି ଭଡ଼ା କରି ଆସିବା ଓ ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରିବା ଓ ସମୟ ଅଭାବରୁ ରାସ୍ତା ରେ ଅକାଳ ମୃତ୍ୟୁ ବରଣ କରି ଆସୁଥିବା ଲାଗି ରହିଛି । ସେହିପରି ମାତୃ ଓ ଶିଶୁ ଡାକ୍ତରଖାନା ରେ ଜଣେ ମାତ୍ର ଡାକ୍ତର ବଳରାମ ସାହୁ ନିଯୁକ୍ତ ଅଛନ୍ତି । ସେହିପରି ଏହି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ବନ୍ଦ କରି ଉକ୍ତ ମାତୃ ଓ ଶିଶୁ ଡାକ୍ତରଖାନା ପରିସର ରେ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରି ଏକ ଚିକିତ୍ସାଳୟ ନିର୍ମାଣ ହୋଇଛି। ହେଲେ ଉକ୍ତ ଡାକ୍ତରଖାନା ର ସାମଗ୍ରୀ ପଡ଼ି ରହି ଖତ ଖାଉଛି । ଏହି ଜିଲ୍ଲା ଉପଖଣ୍ଡ ମୂଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ନେଇ ବାଦ,ବିବାଦ ଲାଗି ରହିଥିବା ବେଳେ ଏବେ ୧୪ ବର୍ଷ ରୁ କମ ଆକ୍ରାନ୍ତ ଙ୍କୁ ଉକ୍ତ ମାତୃ,ଶିଶୁ ଡାକ୍ତରଖାନା ଯିବାକୁ କୁହାଯାଉଥିବା ବେଳେ ତିନି ସହ ଚାରିଶହ ଟଙ୍କା ରେ ଗାଡ଼ି ଭଡ଼ା କରି ଯିବା ନେଇ ଅକଥନୀୟ ଦୁର୍ଦ୍ଦଶା ଗରିବ ଲୋକ ଭୋଗି ଆସୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଶାସନ ସଚିବ ଯଥା ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇ ଆସୁଛି । ସେହିପରି ଡାକ୍ତରଖାନା ପରିସରରେ ରୋଗୀ ଙ୍କ ଠାରୁ ଫିସ ଟଙ୍କା ଆଦାୟ କରି ରୋଗୀ ଦେଖିବା ସରକାରୀ ଆଇନ ବିରୁଦ୍ଧ ହୋଇ ଥିବା ବେଳେ ଖୋଦ୍ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରି ଏକ କ୍ଲିନିକ୍ କରିଥିବା ଓ ବିନା ସରକାରୀ ପଞ୍ଜୀକୃତ କ୍ରମେ ସହର ରେ ଅନ୍ୟ ଏକ କ୍ଲିନିକ୍ କରିଛନ୍ତି,ସେଠି ସେ ବ୍ୟସ୍ତ ରହିବା ସହ କର୍ମଚାରୀ ମାନେ ପାଞ୍ଚ,ଛଅ ମାସ ଧରି ଦରମା ପାଇ ନ ଥିବା ଅଭିଯୋଗ କରିଛନ୍ତି । ଏହି ଦାଦନ ପ୍ରବଣ ଜିଲ୍ଲାରେ ଲୋକେ କିଭଳି  ସ୍ବାସ୍ଥ୍ୟ ସେବା ପାଇ ପାରିବେ ତାହା ଦେଖିବା କୁ ବାକି ରହିଲା ।

ବଲାଙ୍ଗୀର  ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *