ଫୁଲବାଣୀ ;ତା-୨୭/୧୨(ବିଏମସି ଟିଭି ଓଡ଼ିଆ)
ରାଜ୍ୟବାସୀଙ୍କ ଗମନା ଗମନ ର ସୁବିଧା ପାଇଁ ତତ୍କାଳୀନ ବିଜେଡି ସରକାର ପ୍ରତ୍ୟେକ ଜିଲ୍ଲାରେ ଲକ୍ଷ୍ମୀ ବସ ଗୁଡିକ ପ୍ରଚଳନ କରିଥିଲେ।ରାଜ୍ୟ ସରକାର ଙ୍କର ପରିବହନ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମୀ ଗ୍ରାମପଞ୍ଚାୟତ କୁ ମଧ୍ୟ୍ୟ ଏକ ଯାତ୍ରୀବାହିଁ ଲକ୍ଷ୍ମୀ ବସ ଚଳାଚଳ କରୁଥିଲା ଓ ଉକ୍ତ ଲକ୍ଷ୍ମୀ ବସ ଚଳା ଚଳ କରିବା ଦ୍ୱାରା ସେମାନେ ଗମନା ଗମନ ର ସମସ୍ତ ସୁବିଧା ସୁଯୋଗ ପାଇ ଖୁସିବ୍ୟକ୍ତ କରିଥିଲେ। ହେଲେ ଆଲାମୀ ପଂଚାୟତ ବାସୀଙ୍କର ସେହି ଖୁସି ବେଶୀ ଦିନ ରହିଲା ନାହିଁ, କାରଣ ତତ୍କାଳୀନ ବିଜେଡି ସରକାର ଗତ ସାଧାରଣ ନିର୍ବାଚନ ରେ ପରାଜୟ ବାରଣ କରିଥିଲେ ଓ ରାଜ୍ୟରେ ନୂତନ ଭାବେ ପ୍ରଥମ କରି ବିଜେପି ମୋହନ ମାଝିଙ୍କର ନେତୃତ୍ୱରେ ସରକାର ଗଠନ କରିବାରେ ସକ୍ଷମ ହୋଇପାରିଛି ।ହେଲେ ସେହି ପର ସମୟ ଠାରୁ ଆଲାମୀ ବାସୀଙ୍କ ଗମନା ଗମନ ପାଇଁ ଚାଲିଥିବା ଲକ୍ଷ୍ମୀ ବସ ଆଜକୁ ଦୀର୍ଘ ୬ମାସ ହେବ ଚଳା ଚଳ ବନ୍ଦ ହୋଇଯାଇଛି ଯାହାଫଳରେ ଆଲାମୀ ପଂଚାୟତ ବାସୀଙ୍କର ଯାତାୟାତ ସୁବିଧାରୁ ବଞ୍ଚିତ ହୋଇଥିବା ଯୋଗୁଁ ନାହିଁ ନ ଥିବାର ଅସୁବିଧା ର ସନମୁଖୀନ ହେଉଥିବା କଥା କନ୍ଧମାଳ ଜିଲ୍ଲାପାଳ, ବିଡ଼ିଓ ଫୁଲବାଣୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ, ଜିଲ୍ଲା ପ୍ରଶାସନ ଆଲାମୀ ପଂଚାୟତ ବାସୀଙ୍କ ଅଭିଯୋଗ କୁ ଆଜିପର୍ଯ୍ୟନ୍ତ ଅଣଦେଖା କରି ଆସୁଥିବା ଆଜି ଅଭିଯୋଗ କରିଛନ୍ତି । ପୂର୍ବତନ ସରପଞ୍ଚ ଶ୍ରୀମତୀ ତପସ୍ୱିନୀ କହଁର ଓ ମେନକା କହଁରଙ୍କ ସମେତ ଶତାଧିକ ଜନତା ଆଜି ପୁନର୍ବାର ଜିଲ୍ଲାପାଳ ଙ୍କୁ ଭେଟିବାକୁ ଆସିଥିଲେ ଓ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଅଶୋକ କୁମାର ଭୋଇ ଙ୍କୁ ସାକ୍ଷାତ କରି ଆଲାମୀ ପଂଚାୟତ ର କେତେକ ମୌଳିକ ଅସୁବିଧା ବିଷୟରେ ଅବଗତ କରିଥିଲେ, ଓ ଆଗାମୀ ଦିନରେ ଯଦି ପୁନଃ ଲକ୍ଷ୍ମୀ ବସ ତତ୍କାଳୀନ ସରକାର ଙ୍କ ନିଷ୍ପତ୍ତି ପ୍ରକାରେ ସଦର ବ୍ଲକ ମୁଖ୍ୟାଲୟରୁ ପଂଚାୟତ କୁ ଚଳା ଚଳ କରିବା ପାଇଁ ଯଦିବିଡ଼ିଓ ଫୁଲବାଣୀ ଓ ଜିଲ୍ଲାପାଳ କନ୍ଧମାଳ ଆଶୁ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆଲାମୀ ଗ୍ରାମପଞ୍ଚାୟତ ବାସି ନିଶ୍ଚିତ ଭାବେ ଆନ୍ଦୋଳନ କରିବେ ବୋଲି ଆଲାମୀ ପଂଚାୟତ ର ଯୁବ ନେତା ତଥା ପୂର୍ବତନ ନାଏବ ସରପଞ୍ଚ ଶ୍ରୀ ମହାଦେବ ଡିଗାଲ, ପୂର୍ବତନ ସରପଞ୍ଚ ଶ୍ରୀମତୀ ତପସ୍ୱିନୀ କହଁର ଆଜି ଜିଲ୍ଲାପ୍ରଶାସନ କୁ ଚେତାବନି ଦେଇଥିବା ଦେଖିବାକୁ ମିଳିଛି ।ହେଲେ ପ୍ରଶାସନ ଆଲାମୀ ଗ୍ରାମପଞ୍ଚାୟତ ଜନସାଧାରଣ ଙ୍କ ଦାବିକୁ କେତେଦୂର ଯୁକ୍ତିଯୁକ୍ତ ମନେ କରି ପଂଚାୟତ ବାସୀଙ୍କ ଗମନା ଗମନ ର ଅସୁବିଧାକୁ ଦୂର କରିବାପାଇଁ ପୁନଃର୍ବାର କେବେ ଲକ୍ଷ୍ମୀ ବସ ଚଳା ଚଳ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

କନ୍ଧମାଳ ଫୁଲବାଣୀ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।