ଉଦୟ ମହୋତ୍ସବରେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା, ବିଡିଓଙ୍କୁ ତାଗିଦ କଲେ ବିଧାୟକ ।

ଗଜପତି ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମରେ ଦୁଇ ଦିନ ଧରି ହେବାକୁ ଥିବା ପଞ୍ଚାୟତସମିତିସ୍ତରୀୟ (ଗଜପତି ମହୋତ୍ସବ) ଉଦୟ ମହୋତ୍ସବ ଉଦଘାଟନ ହୋଇଯାଇଛି । ପ୍ରଥମ ଦିନରେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ସ୍ଥାନୀୟ ପାର୍ବତୀ ମନ୍ଦିର ରଖାଯାଇଥିଲା ସେଠାରୁ ଶୁକ୍ରବାର ଧରି ଶୋଭାଯାତ୍ରାରେ ବାହାରି ବହୁ ଆଡମ୍ବର ସହକାରେ ଉତ୍ସବସ୍ଥଳକୁ ତଥା ମିନି ଷ୍ଟାଡିୟମ ନିଆଯାଇଥିଲା । ପ୍ରଥମଦିନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଵିଭୂତି ଭୂଷଣ ଜେନା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ ।ଅନ୍ୟନ୍ୟ ସମ୍ମାନିତ ଅତିଥି ସହ ବ୍ଳକର ବିଭିନ୍ନ ବଭାଗୀୟ ଅଧିକାରୀ ମଞ୍ଚାସୀନ ଥିଲେ । ଉତ୍ସବର ଦୁତୀୟ ଦିନର ମୁଖ୍ୟ ଅତିଥି ଭାବେ ମୋହନା ବିଧାୟ ଦାଶରଧି ଗମାଙ୍ଗ , ସମ୍ମାନିତ ଅତିଥି ଭାବେ ପିଏ ଆଇଟିଡିଏ ଅଂଶମାନ ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଲୋକ କଳାର ବିକାଶ ତଥା ଗ୍ରାମଞ୍ଚଳରେ ରହୁଥିବା କଳାକାର ପ୍ରତିଭା ଲୋକ ଲୋଚନକୁ ଆଣିବା ଏହା ଏକ ପ୍ରୟାସ ବୋଲି ବିଡିଓ ଲରିମହ ଖସେଲ ସ୍ବାଗତ ଭାଷଣରେ କହିଥିଲେ । ଉତ୍ସବକୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଗୀତ ନାଚ କରି ଉତ୍ସବକୁ ସରସ ସୁନ୍ଦର କରିବା ସହ ଦର୍ଶକଙ୍କୁ ଝୁମାଇ ଥିଲେ । ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଉତ୍ସବ ଯୋଗଦେଇ ନିଜ ବକ୍ତତା ଦୁଃଖ ପ୍ରକାଶ କରି କହିଥିଲେ ଯେ ବ୍ଳକ ପ୍ରଶାସନ ବା ବିଡିଓ ଶ୍ରୀ ଖର୍ସେଲ ଉଦୟ ମହୋତ୍ସବକୁ ଅନ୍ୟ ଅତିଥିମାନଙ୍କୁ ପୂର୍ବରୁ ନିମନ୍ତଣ କରି ଡାକିଥିଲେ ମାତ୍ର ସ୍ଥାନୀୟ ବିଧାୟକଙ୍କୁ ନିମନ୍ତଣ କରାଯାଇ ନଥିଲା ଉତ୍ସବ ଗୋଟିଏ ଦିନ ପରେ ସ୍ଥାନୀୟ ବିଧାୟକ ଡକାଯାଇଥିଲା । ମୋର ନିର୍ବାଚନ ବ୍ଳକରେ ଉତ୍ସବ ନିମନ୍ତଣ କରିଥିଲେ । ମାତ୍ର ମୋର ନିଜ ବ୍ଳକରେ ନିମନ୍ତ୍ରଣ ନ କରି ଉତ୍ସବ ଗୋଟିଏ ପରେ ଆସି ନିମନ୍ତ୍ରଣ କରାଯାଉଛି । ଏହାକୁ ନେଇ ବିଧାୟକ ଦୁଃଖ ପ୍ରକାଶ କରି ବିଡିଓଙ୍କୁ ବିଭିନ୍ନ କଟୁମନ୍ତବ୍ୟ ଦେଇଥିଲେ । ବିଡିଓଙ୍କ ପାତରଅନ୍ତର ନିତିକୁ ନିନ୍ଦା କରିଥିଲେ । ସେ ଆହୁରି କହିଥିଲେ ପୂନବାର ଯେପରି ଏପରି ଭୂଲ ନ କରିବାକୁ ତାଗିଦ୍ କରିଥିଲେ । ଏହାପରେ ଉତ୍ସବରେ ବିଡିଓ ବିଧାୟକଙ୍କ ହାତ ଧରି କ୍ଷମା ମାଗିଥିଲେ ହେଲେ ମଧ୍ୟ ବିଧାୟକ କ୍ଷମା କରିନଥିଲେ । ଏହାପରେ ବିଡିଓଙ୍କ ସ୍ତ୍ରୀ ବିଧାୟକଙ୍କୁ କ୍ଷମା ମାଗିବା ପରେ ବିଧାୟକ ରାଗ ଶାନ୍ତ ହୋଇଥିଲେ । ବିଧାୟକ ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ,ବ୍ଳକର ବିଭିନ୍ନ ବିଭାଗ ଅଧିକାରୀ ଭଲ କାମ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କାର କରିଥିଲେ । ଏହି ଦୁଇ ଦିନିଆ ଉତ୍ସବରେ
ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର, ତହସିଲିଦାର ଜ୍ୟୋତିମୟ ଦାଶ,ଭାରପ୍ରାପ୍ତ ଚିକିତ୍ସାଧୀକାରୀ ନିବେଦିତା ପଣ୍ଡା, ବିଇଓ ବୀରେନ୍ଦ୍ର କୁମାର ମଣ୍ଡଳ, ସିଡିପିଓ ଲଳିତା ପୂଜାରୀ , ରାମଗିରି ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ରାମଗିରି ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟଦଶନୀ ପଟ୍ଟନାୟକ, ବିଜେପି ବ୍ଳକ ସଭାପତି ମଟୁ ଘଡେଇ, ସ୍ଥାନୀୟ ମହାବିଦ୍ୟାଳର ଅଧ୍ୟକ୍ଷା, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଳକର ସମସ୍ତ ସରପଞ୍ଚ, ସମତିସଭ୍ୟ/ସଭ୍ୟା ଯୋଗଦେଇ ଥିଲେ। ବ୍ଲକର ପିଇଓ, ସ୍ଥାନୀୟ ଯୁବକ ସଂଘ ଅନ୍ୟ କର୍ମଚାରୀମାନେ ଉତ୍ସବ ସହଯୋଗ କରିଥିଲେ ଓ ଆୟୋଜନରେ ସହଯୋଗ କରିଥିଲେ ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *