ସମ୍ବଲପୁର ;ତା-୧୧/୧(ବିଏମସି ଟିଭି ଓଡିଆ)
ବରପାଲି ବ୍ଳକ ଅନ୍ତର୍ଗତ କଟାପାଲି ସ୍ଥିତ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବର୍ଗତ ଇଲା ପଣ୍ଡାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧାଂଶୁ ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ଭୋଇ ଓ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଗଣେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍ଧବ ପାତ୍ର ପ୍ରାକ୍ତନ ଅଧ୍ଯକ୍ଷ ଘେଁସ ମହାବିଦ୍ୟାଳୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ମୂଖ୍ୟଅତିଥି ଶ୍ରୀ ପାତ୍ର ସ୍ୱର୍ଗତ ଇଲା ପଣ୍ଡାଙ୍କ ଜୀବନୀ ଓ ମାନବୀୟ ଗୁଣ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୁଦ୍ଧଦେବ ଭୋଇ, ଅଧ୍ଯକ୍ଷ, ସ୍ନାତକ ମହାବିଦ୍ୟାଳୟ,କଟାପାଲି ,ପ୍ରଦୀପ ପଣ୍ଡା, ପ୍ରାକ୍ତନ ଡିଏସପି ଅବକାରୀ ବିଭାଗ, ରୋହିତ କୁମାର ଦାଶ କବି, ଗାଳ୍ପିକ,ଗଙ୍ଗାଧର ଦାଶ ସରପଞ୍ଚ,କଟାପାଲି ଗ୍ରା.ପ. ଓ ଶ୍ରୀ ବିଭୁଦତ୍ତ ଅଧ୍ୟାପକ,ଓଡ଼ିଆ ବିଭାଗ,ସ୍ନାତକ ମହାବିଦ୍ୟାଳୟ,କଟାପାଲି ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ସମସ୍ତେ ସ୍ବର୍ଗତ ଇଲା ପଣ୍ଡାଙ୍କ ଜୀବନଶୈଳୀ, ମାତୃଭୂମିର କଳା, ସଂସ୍କୃତି, ସାହିତ୍ୟ ପ୍ରତି ମମତା ବିଷୟରେ ଆଲୋକପାତ କରିଥିଲେ । କବି ରୋହିତ ଦାଶ ସ୍ବରିଚିତ ସମ୍ବଲପୁରୀ କବିତା “ଭିନେ” ସମସ୍ତଙ୍କୁ ବେଶ ଆନନ୍ଦ ପ୍ରଦାନ କରିଥିଲା। ସ୍ବାଗତ ଅଭିଭାଷଣ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ବଜିତ ବିଶ୍ବାଳ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଲିପି ଭୁଏ ପ୍ରଦାନ କରିଥିଲେ। ପରିଶେଷରେ ଜେସ୍ଟ ସା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।