ବେଆଇନ ଭାବେ ଚାଲିଥିବା ସ ମିଲ କୁ ରେଡ ସହ ୪ ଅଟକ।

ଭଦ୍ରକ ;ତା-୨୬/୦୨(ବିଏମସି ଟିଭି ଓଡ଼ିଆ)

ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସହରାଞ୍ଚଳ ଡ଼ିଏସପି ସମ୍ବିତ ମାଝୀ ଙ୍କ ନେତୃତ୍ୱରେ ଏକ ଟିମ ବନବିଭାଗ ଅଧିକାରୀ ସହ ପୁରୁଣା ବଜାର ଥାନାଧୀନ ହଳଦୀ ଡିହ ଛକରେ ଏକ ବେଆଇନ ସ ମିଲ ରେ ରେଡ ମାରିଥିଲେ ।ତଦନ୍ତ ପରେ ଜଣାପଡିଥିଲା ବିନା କାଗଜତ ରେ, ଲାଇସେନ୍ସ ନଥାଇ ଉକ୍ତ ସ ମିଲ ଚାଲୁଛି ତେବେ ତତକ୍ଷଣାତ ସ ମିଲ ରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ କୁ ଜବତ କରିଥିଲା ଯାହାର ମୂଲ୍ୟ ପ୍ରାୟ ୩ଲକ୍ଷରୁ ଅଧିକ ତାହା ସହ ଏକ ଲିମ୍ବ କାଠ ଭର୍ତି ଗାଡିକୁ ଜବତ କରିଥିଲା ପୋଲିସ ଏବଂ ୪ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚାଉଚୁରା କରୁଛି ।ତେବେ ଯେଉଁ ସ୍ଥାନରେ ସ ମିଲ ଚାଲୁଥିଲା ସେ ଯାଗାର ମାଲିକ କିଏ ଜଣାପଡିନଥିବା ବେଳେ ପରବର୍ତି ସମୟରେ ତହସିଲଦାର ଙ୍କ ସହାୟତା ରେ ସେହି ଜାଗାରେ ସୀମା ନିର୍ଧାରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଜିଲ୍ଲା ବନବିଭାଗ ଅଧିକାରୀ ପିତାମ୍ବର ନାୟକ।

ଭଦ୍ରକ ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *