କେନ୍ଦୁଝର ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ)
କରଞ୍ଜିଆ ମୟୂରଭଞ୍ଜ ଜିଲ୍ଲା ବଜାର ସ୍ଥିତ ଗୋଲେଇ ଛକ ଠାରେ ଦୀର୍ଘଦିନ ଠାରୁ ଜଣେ ମାନସିକ ବିକୃତ ବ୍ୟକ୍ତି ଥଣ୍ଡା କାକରରେ ରହି ଆସିବାର ଖବର ପାଇଥିଲେ ରାଜ୍ୟ ମହିଳା ସଭାନେତ୍ରୀ ମାଳତୀ ମହାନ୍ତି । ଆଜି ସକାଳୁ ଯାଇ ସେଠାରେ ପହଞ୍ଚି ଅନୁଧ୍ୟାନ କରିବା ସହ ଭରସା ପରିବାରର ଅନ୍ୟ ଭାଇ ଭଉଣୀ ମାନଙ୍କୁ ଜଣାଇଥିଲେ । ସକ୍ରିୟ ସଦସ୍ୟ ବଳରାମ ମୁର୍ମୁ , ଟୁଲୁ ବାରିକ, ଟୁନା ଭାଇ ଓ ଅନ୍ୟମାନେ ପହଞ୍ଚି ଜାଡ଼ରେ ଥରୁଥିବା ମାନସିକ ବିକୃତ ବୃଦ୍ଧଙ୍କୁ ଚା , ନାସ୍ତା ଦେଇ ପରିଚୟ ପଚାରିବାରୁ ହିନ୍ଦି ଭାଷାରେ ନିଜକୁ ରାକେଶ୍ ଦାସ ଓ ଘର ଜାମସେଦ୍ ପୁର ,ଟାଟା ବଜାର ବୋଲି ପ୍ରକାଶ କରିଛନ୍ତି । ଥଣ୍ଡା କମିବା ପରେ ଭରସା ପରିବାରର ସଦସ୍ୟ ଟୁଲୁ ବାରିକଙ୍କ ସହଯୋଗରେ ବଢିଥିବା ଚୁଟି ଦାଢିକୁ କ୍ଷର କରିବା ସହିତ ନିକଟସ୍ଥ ଜଳାଶୟରେ ସାବୁନ ମାରି ଗାଧୋଇ ଦେବା ସହିତ ନୂତନ ବସ୍ତ୍ର , ଶୀତ ବସ୍ତ୍ର ଦେଇ ଖାଦ୍ୟ ପ୍ରଦାନ କରିଥିଲେ । ଗଣମାଧ୍ୟମ ଓ ପ୍ରଶାସନଙ୍କ ସହଯୋଗରେ ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆଞ୍ଚଳିକ ବୁଦ୍ଧିଜିବୀ ଓ ଭରସା ପରିବାରର ମହିଳା ସଭାନେତ୍ରୀ ମାଳତୀ ମହାନ୍ତ ଅନୁରୋଧ କରିଛନ୍ତି । ଭରସା ପରିବାର ଓଡ଼ିଶାର ରାଜ୍ୟ ସଭାପତି ପ୍ରତାପ କୁମାର ରାୟ୍ ମହତ କାର୍ଯ୍ୟକୁ ପ୍ରସଂସା କରିବା ସହିତ ସେବା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଅନୁରୋଧ କରିଛନ୍ତି।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।