ଦୁଦୁରକୋଟ କରଣ ସାହିରେ ତ୍ରୟୋଦଶ ବାର୍ଷିକ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ।

ଢେଙ୍କାନାଳ ;ତା-୧୧/୦୩(ବିଏମସି ଟିଭି ଓଡ଼ିଆ)

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର କରଣ ସାହି ଠାରେ ତ୍ରୟୋଦଶ ବାର୍ଷିକ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ପାରମ୍ପରିକ ରୀତି ନୀତି ଅନୁଯାୟୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୮/୩/୨୦୨୫ ତାରିଖ ଅଧିବାସ ଓ କଳସ ଯାତ୍ରା ହୋଇଥିଲା ଏହି କଳସ ଯାତ୍ରାରେ ଗ୍ରାମର ମହିଳା ମାନେ ନିକଟସ୍ତ ଗଡପୋଖରି ରୁ ପାଣି ଆଣିଥିଲେ ଓ ଯଜ୍ଞ ମଣ୍ଡପ ନିକଟରେ ସ୍ଥାପନ କରିଥିଲେ ।୯/୩/୨୦୨୫ ତାରିଖ ଦିନ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ହୋଇଥିଲା ଏବଂ ୩୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଙ୍କୀର୍ତ୍ତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ଗ୍ରାମବାସୀ ଓ ଅନ୍ୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଆୟୋଜନ ହୋଇଥିଲା । ୧୦/୩/୨୦୨୫ ତାରିଖ ଦିନ ନଗର କୀର୍ତ୍ତନ ଓ ଉଦଯାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଦିଲ୍ଲୀପ ପଟ୍ଟନାୟକ ପୁରୋହିତ ଶାନ୍ତନୁ କୁମାର ରଥ ଅଷ୍ଟପ୍ରହରୀ କମିଟି ସଭାପତି ଦିବାକର ପଟ୍ଟନାୟକ ଉପସଭାପତି ପ୍ରତାପ କୁମାର ପଟ୍ଟନାୟକ, ଦାମ ପଟ୍ଟନାୟକ, ଆଡଭୋକେଟ ପ୍ରଶାନ୍ତ ପତି,ଦେବିପ୍ରସାଦ ପଟ୍ଟନାୟକ,ପ୍ରଭାତ ପଟ୍ଟନାୟକ (କାଳିଆ) ଓ ଗ୍ରାମର ଗ୍ରାମବାସୀ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଆବାଳ ବୃଦ୍ଧ ବନିତା ସମସ୍ତେ ଯୋଗ ଦେଇ ପ୍ରଭୁଙ୍କ କୃପା ଲାଭ କରିଥିଲେ ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *