ସମ୍ବଲପୁର ତହସିଲ କାର୍ଯ୍ୟାଳୟରେ ଗଣ୍ଡା ସମାଜ କଲ୍ୟାଣ ପରିଷଦ ପକ୍ଷରୁ ବିଭିନ୍ନ ଦାବୀ ନେଇ ଦାବିପତ୍ର ପ୍ରଦାନ।

ସମ୍ବଲପୁର:ତା.୧୩/୦୩(ବିଏମସି ଟିଭି ଓଡିଆ)

ଗଣ୍ଡା ସମାଜ କଲ୍ୟାଣ ପରିଷଦ ତରଫରୁ ଏକପ୍ରତିନିଧି ଦଳ ଭୂମିହୀନଙ୍କୁ ଗୃହପଟ୍ଟା ପ୍ରଦାନ ଓ ଲିଜ ସୂତ୍ରରେ ନେଇଥିବା ପୁଞ୍ଜିବାଦର ଲିଜ ବାତିଲ ନିମନ୍ତେ ଏକ ଦାବିପତ୍ର ସମ୍ବଲପୁର ତହସିଲଦାର କାର୍ଯ୍ୟାଳୟରେ ପ୍ରଦାନ କରା ଯାଇଥିଲା। ପରିଷଦର ସଭାପତି ନିହାଲ ସିଂଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାହୁଙ୍କୁ ସାକ୍ଷାତ କରି ଆଲୋଚନା କରାଯିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଶେଷକରି ଦୀର୍ଘ ବର୍ଷ ହେଲା ସମ୍ବଲପୁର ତହସିଲ ଅଧୀନସ୍ଥ ତଫସିଲଭୁକ୍ତ ଜାତିର ଭୂମିହୀନ ଲୋକଙ୍କୁ ଗୃହପଟ୍ଟା ପ୍ରଦାନ କରାଯାଇନାହିଁ । ଏହାସହ ଦୀର୍ଘଦିନ ହେଲା ପେଟପାଟଣା ପାଇଁ ସରକାରୀ ଜାଗାରେ ଦୋକାନ କରି ନିଜ ପରିବାର ପୋଷଣ କରୁଥିବା ପରିବାରଙ୍କୁ ଥଇଥାନ କରାନଯିବା ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବାକୁ ଦାବୀ କରାଯାଇଛି।

ଅଣଓଡ଼ିଆଙ୍କୁ ନକଲି ଜାତି ପ୍ରମାଣ ପତ୍ର ଦିଆ ଯାଇଥିବାରୁ ସେମାନଙ୍କ ଜାତି ପ୍ରମାଣପତ୍ର ବାତିଲ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଯେଉଁ କାମ ପାଇଁ ଲିଜ ପ୍ରଦାନ କରାଯାଇଅଛି ସେହି କାମରେ ଲିଜ ସୂତ୍ରରେ ନେଇଥିବା ଜାଗାକୁ ଅନ୍ୟ ବ୍ୟବସାୟିକ କାମରେ ବ୍ୟବହାର କରାଯାଇଥିବାରୁ ତାହାକୁ ବାତିଲ କରି ବିରୁଦ୍ଧାଚରଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିପତ୍ର ମାଧ୍ୟମରେ ଦୃଢ଼ ଦାବି କରାଯାଇଛି। ତେବେ ଏହିସବୁ ଦାବିକୁ ୨୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ପରିଷଦର ସାଧାରଣ ସମ୍ପାଦକ ଅମିନ ମହାନନ୍ଦ, ଉପସଭାପତି ଶିବଶଙ୍କର ପ୍ରଧାନ, କୋଷାଧ୍ୟକ୍ଷ ସୁନିଲ କୁମାର ହଂସା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *