ଗଜପତି ; ତା-୧୪/୦୨(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡର ଗ୍ରାମ ସ୍ଥିତ ସ୍ଵପ୍ନେଶ୍ୱର ପୀଠ ଠାରେ ବହୁ ଆଡମ୍ବର ସହକାରେ ମାଘ ପୂର୍ଣ୍ଣମୀ ପାଳନ ହୋଇଯାଇଛି । ସ୍ୱପ୍ନେଶ୍ୱର ପୀଠ ବା ମହୁଚାଞ୍ଚଡ଼ା ଠାରେ ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଅତିଥିଭାବେ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଲାରିମନ୍ ଖର୍ସେଲ , ବ୍ଲକ୍ ଚ୍ୟାରମେନ୍ ଲକ୍ଷ୍ମୀକାନ୍ତ ଶବର ,ଜିଲ୍ଲା ପରିଷଦ ଯମୁନା ଦଳବେହେରା ,ସରପଞ୍ଚ ଡାଳିମ୍ବ ଗମାଙ୍ଗ ,ସମିତି ସଭ୍ୟ ଶିବାନୀ ବେହେର ଦଳାଇ ଉପସ୍ଥିତ ହୋଇ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବାସହ ଗ୍ରାମର ବନ ସୁରକ୍ଷା ସମିତି ଗୃହ ଉଦ୍ଘାଟନ କରିଥିଲେ । ସ୍ଵପ୍ନେଶ୍ୱର୍ ପ୍ରଭୁ କମାର ପାହାଡ଼ରେ ଥିବା ମହୁଚାଞ୍ଚାଡ଼ା ଗୁମ୍ଫାରୁ ଆସି ବର୍ଷକୁ ଥରେ ଗ୍ରାମ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଏହି ମାଘାପୂର୍ଣ୍ଣମି ଦିନ । ଏଠି ହୋମ ଯଜ୍ଞ ,ନାମାଯଜ୍ଞା , ଅନ୍ନ ଯଜ୍ଞ ନାମ ସଙ୍କୀର୍ତ୍ତନ ରେ ଅଞ୍ଚଳର ଶତାଧିକ ଭକ୍ତ ଯୋଗଦେଇଥିଲେ । ପରେ ଠାକୁରଙ୍କ ଠାରେ ଉଜାଗର ଲାଗି ପୌରାଣିକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । ଗ୍ରାମର ୱାର୍ଡ ସଭ୍ୟ ମୋହନ ବଡନାୟକ ସେକ୍ରେଟାରୀ ଦଣ୍ଡ ମାଝୀ ତଥା ଗ୍ରାମ କମିଟି ବୃନ୍ଦ ଯୁବକ ଯୁବତୀ ସଂଘ ସମସ୍ତଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।