ନୟାଗଡ ; ତା-୧୫/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ୪ ନଂ ୱାର୍ଡ ରେ ଅବସ୍ଥିତ ଜଳେଶ୍ଵର ଙ୍କ ମନ୍ଦିର ପ୍ରାଙ୍ଗଣରେ ନୂତନ ଭାବେ ମା ଭୁବନେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଶନିବାର ଦିନ ଶତାଧିକ ମହିଳା ଓ ପୁରୁଷ କୁଆଁରୀଆ ନଦୀ ତଟରୁ ଜଳ କଳସି ଧରି ବିରାଟ ଶୋଭାଯାତ୍ରା ରେ ମନ୍ଦିର ନିକଟରେ ପହଂଚି ଥିଲେ।

ପରେ ହୋମ ଯଂଜ୍ଞ ଆରମ୍ଭ ହୋଇଥିଲା। ନଦିଆ କୀର୍ତ୍ତନ ର ତାଳେ ତାଳେ ଓ ବେଦଜ୍ଞ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ୱନିରେ ସମସ୍ତ ପରିବେଶ ଆଧ୍ୟାତ୍ମିକକତା ରେ ସୁଗନ୍ଧିତ ହୋଇଉଠିଛି। ଆସନ୍ତା କାଲି ୧୬ ତାରିଖରେ ଏହାର ପୂର୍ଣ୍ଣାହୁତି ହେବ।

ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ରେ ଜୀବନ ଚନ୍ଦ୍ର ଦାଶଗୁପ୍ତା, ସଂଯୁକ୍ତା ଦାଶଗୁପ୍ତା,ପ୍ରଦୋଷ କୁମାର ଜେନା,ଅନୁପମା ଜେନା,କାର୍ତ୍ତିକେଶ୍ୱର ମହାନ୍ତି,ବିରଞ୍ଚି ନାରାୟଣ ପଟ୍ଟନାୟକ,ଅଜିତ କୁମାର ଜେନା,ବିଜୟ କୁମାର ସାହୁ, ଦଶପଲ୍ଲା ଏନ ଏ ସି ର ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ ଓ

ସୁଶାନ୍ତ କୁମାର ସାହୁ ଅହରହ ପରିଶ୍ରମ କରିବା ସହିତ ଅମଲାପଡ଼ାବାସିଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମନ୍ଦିର ନିର୍ମାଣ କାର୍ଯ୍ୟ ସହିତ ପ୍ରତିଷ୍ଠା କରାଯାଇଥିଲା । ଏଥି ସହିତ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରଯାଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।