ସମ୍ବଲପୁର ;ତା-୦୭/୦୨(ବିଏମସି ଟିଭି ଓଡିଆ)
ବରପାଲି ଏନ୍ଏସି ଅନ୍ତର୍ଗତ କଲେଜ ଛକ ସ୍ଥିତ ମାରୁତି ନଗର ଠାରେ ତିନିଦିନ ଧରି ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ସମାହିତ ହେ।ଇଛି । ଏହି ଅବସରରେ ପ୍ରଥମ ଦିନ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା ସହର ପରିକ୍ରମା କରିବା ପୂର୍ବକ ବିଧିମତେ କଳସ ସ୍ଥାପନ, ଦେବାଦେବୀ ଆବାହନ ଓ ଦେବାଦେବୀଙ୍କ ପ୍ରାଣପ୍ରତିଷ୍ଠା ସହ ବିଗ୍ରହ ପ୍ରବେଶ ହୋଇଛି । ଏହି ପ୍ରତିଷ୍ଠା ଉତ୍ସବରେ ଦେବାନଂଦ ମେହେର ଓ ତାଙ୍କ ପତ୍ନୀ ହେମନ୍ତୀ ମେହେର (ନିରାଶି) ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ମାନଙ୍କ ଦ୍ବାରା ପୁର୍ଣ୍ଣାହୁତି ସମାପନ କରାଯାଇଥିଲା । ଏଥିରେ ପ୍ରତ୍ୟେହ ଭଜନ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । ଏନେଇ ସହର ଉତ୍ସବ ମୁଖର ହୋଇ ପଡିଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ଓଡ଼ିଶା।