ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ।

ନୟାଗଡ଼ ; ତା-୧୬/୧୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ମାଛିପଡ଼ା ସ୍ଥିତ ଭୂଇଁ ଆଣି ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ମ୍ୟାନେଜର  ରାକେଶ କୁମାର ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ରୋଜାଲିନ ମିଶ୍ର ଙ୍କ ସହାୟତା ହସ୍ତ ତନ୍ତ ରେ କପଡା ର ବୁଣେଇ କିପରି ସୁଚାରୁ ରୁପେ କାର୍ଯ୍ୟ କରାଯାଏ ସେ ବିଷୟରେ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଇଥିଲେ।ଏହି ପରିଭ୍ରମଣ ରେ ବିଦ୍ୟାଳୟ ର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ତଥା ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ା,ପ୍ରଜ୍ଞା ପାରମିତା ସାହୁ,ଦାମୋଦର ସାହୁ, ସୁନୀତା ସାହୁ, ରଶ୍ମିତା ବେହେରା , ସସ୍ମିତା ସାହୁ, ସୁଭସ୍ମିତା ସାହୁ, ସଚ୍ଚିଦାନନ୍ଦ ପାତ୍ର,ପ୍ରତିଭା ମଞ୍ଜରୀ ସ୍ୱାଇଁ , ରଜେଶ୍ୱରୀ ଡାକୁଆ ,ରଞ୍ଜନ କୁମାର ପୃଷ୍ଟି ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସାନନ୍ଦ କୁମାର ନାୟକ ସହଯୋଗ କରିଥିଲେ।ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷା ରେ ଶିଳ୍ପାନୁଷ୍ଠାନ ପରିଭ୍ରମଣ ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିଲା ବେଳେ ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞ। ପାରମିତା ସାହୁ ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ସହ ଛାତ୍ର ଛାତ୍ରୀ ଭବିଷ୍ୟତ ରେ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି । ସସ୍ମିତା ସାହୁ ଛାତ୍ର ଛାତ୍ରୀଙ୍କ ଶିଳ୍ପ ପରିଭ୍ରମଣ ସାମ୍ଭବ୍ୟ କ୍ୟାରିଅର ପଥ ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆବଶ୍ୟକ କୌଶଳ ଏବଂ ଯୋଗ୍ୟତା ବିଷୟରେ ଜାଣିପାରିବେ ବୋଲି ଯୁକ୍ତି ରଖିଛନ୍ତି ।ସେହିପରି ଶିକ୍ଷୟତ୍ରୀ ସୁଭାସ୍ମିତା ସାହୁ ଶିଳ୍ପ ପରିଭ୍ରମଣ ର ପ୍ରାଥମିକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ଦକ୍ଷତା ବିକାଶ ଘଟାଇବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଥ ପ୍ରଦର୍ଶନ କରିବା ,ଯାହାକି ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଦୂରୀକରଣ କରି ଦେଶର ବିକାଶ ପଥରେ ସହାୟକ ହେବ ବୋଲି କହିଛନ୍ତି । ଶିକ୍ଷାର୍ଥୀ ଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟିତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *