ଭାରତ ସ୍କାଉଟ ଓ ଗାଇଡ଼ ବିଦ୍ୟାର୍ଥୀଙ୍କ ଦୀକ୍ଷା ଗ୍ରହଣ ଉତ୍ସବ।

ବେଲଗୁଣ୍ଠା ; ତା-୨୪/୦୧(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡ଼ ଶାଖାର ନୂତନ ରୋଭର ଓ ରେଞ୍ଜର ବିଦ୍ୟାର୍ଥୀମାନଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭବେ ଯୋଗ ଦେଇ ଦୀକ୍ଷା ପ୍ରଦାନ କରିଥିଲେ। ରୋଭର ଲିଡର ପି ଦୀପକ ରାଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଥମେ ପ୍ରାର୍ଥନା ଗୀତ ଗାନ କରାଯାଇଥିଲା। ସ୍କାଉଟ ପତାକା ଉତ୍ତୋଳନ ପରେ ଝଣ୍ଡା ଗୀତ ଗାନ କରାଯାଇଥିଲା। ରୋଭର ସୁଭ୍ରକାନ୍ତ ଗୁରୁ ପେରେଡ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ନୂତନ ରୋଭର ମାନଙ୍କୁ କ୍ୟାପ ଓ ସ୍କାର୍ପ ପିନ୍ଧାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ରେଞ୍ଜର ଲିଡର ଜୟଶ୍ରୀ ସେଠିଙ୍କ ତତ୍ୱାବଧାନରେ ନୂତନ ରେଞ୍ଜର ମାନଙ୍କୁ କ୍ୟାପ ଓ ସ୍କାର୍ପ ପିନ୍ଧାଇବା ସହ ମିଷ୍ଟାନ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ରମହାପାତ୍ର, ଦୀପୁ ଭୂୟାଁ, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ସୌମେନ୍ଦୁ ପଣ୍ଡା, ଗାଙ୍ଗୁଲି ପାଲଟାସିଂ, ପିଙ୍କି ପୋଲାଈ, ଯମୁନା ଖୁଣ୍ଟିଆ, ଶିବାନୀ ନାୟକ, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ନୂତନ ଦୀକ୍ଷା ଗ୍ରହଣକାରିଙ୍କୁ ଉତ୍ସାହିତ କରିଥିଲେ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *