ନୟାଗଡ :ତା -୧୦/୦୩(ବିଏମସି ଟିଭି ଓଡ଼ିଆ )
ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ, ଭୁବନେଶ୍ୱର ଏବଂ TPCODLର ମିଳିତ ସହଯୋଗରେ ଦଶପଲ୍ଲାରେ ଚାକିଥିବା ପ୍ରକଳ୍ପ ଅଧିକାର ଦ୍ୱାରା ନାରୀ ଶକ୍ତିକରଣ ଓ ବିକେନ୍ଦ୍ରିକରଣ ପାଇଁ ଵାଣିଗୋଚ୍ଛା, କୁଳୁରୁକୁମ୍ପା, ଟାକରା , ସରିଗଣ୍ଡା ଏବଂ ଭୋଗବାଡି ଇତ୍ୟାଦି ଗ୍ରାମ ପଂଚାୟତର ବିଭିନ୍ନ ଆଦିବାସୀ ଗ୍ରାମ ଗୋଷ୍ଠୀ ମାନଙ୍କ ସହିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଗ୍ରାମୀଣ ସଭା, ଆଲୋଚନା ଚକ୍ର ଓ ଗୋଷ୍ଠୀ ଭିତ୍ତିକ ସଚେତନତା ପଦଯାତ୍ରା ଭଳି ସାମୁହିକ ସହାଭାଗିତା ଭିତ୍ତିରେ ଜନ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନାରୀ ଅଧିକାର, ସାମାଜିକ ନ୍ୟାୟ, ସମାନତା ଏବଂ ସ୍ୱାଭିମାନ ତଥା ମର୍ଯ୍ୟାଦା ରକ୍ଷା କରିବା ପାଇଁ ଗ୍ରାମ ଗୋଷ୍ଠୀଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଏ ଅଭିଯାନର ମୂଳ ଲକ୍ଷ୍ୟ।ଏ ଅଭିଯାନରେ ବିଶେଷ କରି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ମହିଳା ଅଂଶ ଗ୍ରହଣ କରିବା ସହିତ ସ୍ଥାନୀୟ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ, ଏମବିକେ, ଗ୍ରାମୀଣ ମହିଳା,ଛାତ୍ର ଛାତ୍ରୀ ଇତ୍ୟାଦି ଏ ନାରୀ ଜାଗରଣ ଅଭିଯାନରେ ସାମିଲ ହୋଇ ମହିଳା ଅଧିକାର ଓ ନାରୀ ସୁରକ୍ଷା କରିବା ପାଇଁ ଜନ ଗଣଙ୍କୁ ଆହ୍ୱାନ ଦେଇଥିଲେ।ପ୍ରକଳ୍ପ ଅଧିକାର ଅଧୀନରେ ଗ୍ରାମ୍ୟ ସ୍ତରରେ ସ୍ବେଛାସେବୀ ଭାବେ କାର୍ଯ୍ୟ କରିଆସୁଥିବା ଅଧିକାର ମିତ୍ର ଯଥାଜ୍ରମେ ଦାମୋଦର ନାୟକ , ମାମୀନୀ ନାୟଜ, ବବିତା ନାୟଜ, ପ୍ରକାଶ ମଣ୍ଡଳ, ଅଭିମନୁ ସାହୁ, ରାଜ କିଶୋର ନାୟକ, ପ୍ରଦୀପ ସାହୁ,ସରୋଜିନୀ ମଳିକ ଏବଂ ବଳଭଦ୍ର ପ୍ରଧାନ ଇତ୍ୟାଦି ଏ ଅଭିଯାନକୁ ଆୟୋଜନ କରିଥିଲେ।ଏଭଳି ସାମାଜିକ ସଂସ୍କାର ଓ ପ୍ରଗତିଶୀଳ କାର୍ଯ୍ୟ ଧାରାକୁ ସାଧାରଣ ଲୋକ, ଗ୍ରାମ ଗୋଷ୍ଠୀ ଏବଂ ସ୍ଥାନୀୟ ଗ୍ରାମ ପଂଚାୟତର ପ୍ରତିନିଧି ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।