ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

ନୟାଗଡ ;ତୀ-୦୮/୦୩(ବିଏମସି ଟିଭି ଓଡ଼ିଆ)

ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଙ୍କ ଅଧକ୍ଷତାରେ ଆଜି ମହିଳା ଦିବସ ପାଳନ କରାଯାଇଛି। ଏହି ଦିବସରେ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଅଞ୍ଜନ କୁମାର ଦାସ , ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, ଏମ ଇ ଅଶୋକ ଦଳବେହେରା, ବିପିନ ବିହାରୀ ପଣ୍ଡା , ଦେବିଦତ୍ତ ତ୍ରିପାଠୀ ଙ୍କ ସହିତ ସମସ୍ତ କାଉନସିଲରଙ୍କ ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ।ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ବରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ ।

୧୯୭୭ମସିହାରେ ଜାତିସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମାଜରେ ମହିଳାଙ୍କ ଗୁରୁତ୍ଵ ଓ ସେମାନଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟ ରେ ଏହି ମହିଳା ଦିବସ ପାଳନ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କର ଗୁରୁତ୍ଵ ରହିଆସିଛି।

ମହିଳା ମାନେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ । ମା ଭୂମିକା ରୁ ଆରମ୍ଭ କରି ସ୍ତ୍ରୀ ,ଭଉଣୀ, ଝିଅବାନ୍ଧବୀ ଆଦି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ଶୃଙ୍ଖଳିତ, ବିକଶିତ ପରିବାର ଗଠନରେ ମଧ୍ୟ ନାରୀଙ୍କ ବେଶ ପ୍ରମୁଖ ଭୂମିକା ରହୁଛି।

ଏହାକୁ ସମ୍ମାନ ଜଣାଇ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ତାରିଖ କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବା ଛୋଟ ଛୋଟ କଳାକାରଙ୍କୁ ସମ୍ମାନୀତ କରାଯିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *