ରାଇରଙ୍ଗପୁର ; ତା-୧୬/୦୨(ବିଏମସି ଟିଭି ଓଡ଼ିଆ)
ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଭୁକ୍ତ ବଡ଼ଡାଳିମା ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ତିନିମାସ ପୂର୍ବେ ୨ ଜଣ ଛାତ୍ରୀଙ୍କୁ ବହିଷ୍କାର ଘଟଣାର ତଦନ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ତିରିଂ ବ୍ଲକ ଶିକ୍ଷା ଅଧିକାରୀ,ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଉଦ୍ ବେଗ ପ୍ରକାଶ ପାଇବା ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଡା କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୂଚନା ଅନୁଯାୟୀ ସୀମାନ୍ତ ତିରିଂ ବ୍ଲକର ବଡ଼ଡାଳିମା ପଞ୍ଚାୟତ ଅନ୍ତର୍ଭୁକ୍ତ ପାର୍ବତୀ ଉଚ୍ଚ ବିଦ୍ୟାଳୟରେ ୨୦୦ରୁ ଅଧିକ ଛାତ୍ରୀ ଅଧ୍ୟୟନ କରନ୍ତି।ଉକ୍ତ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ରହିଛି।

ତେବେ ଉକ୍ତ ଛାତ୍ରୀ ଦ୍ୱୟ ପରିବାର ଲୋକ ସହିତ କଥା ହେବା ପାଇଁ ମୋବାଇଲ ରଖିଥିବା ନେଇ ହଷ୍ଟେଲ କତ୍ତୃପକ୍ଷ ଅବଗତ ହେବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସୂଚନା କରାଇଥିଲେ। ସୂଚନା ପାଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବଳଚନ୍ଦ୍ର ଦାସ ମହାପାତ୍ର ଦୁଇ ଛାତ୍ରୀଙ୍କ ଅବିଭାବକଙ୍କୁ ଡକାଇ କାର୍ଯନୁଷ୍ଠାନ ଗ୍ରହଣ କରି ହଷ୍ଟେଲରୁ ବହିଷ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।ବହିଷ୍କୃତ ହୋଇ ଥିବା ଛାତ୍ରୀ ମାନେ ହେଲେ ତିରିଂ ବ୍ଲକର ଜେରାଇ ଓ ଅନ୍ୟ ଜଣେ ହଲୁଦବଣି ଗ୍ରାମର ବୋଲି ଜଣା ପଡ଼ିଛି।ଉକ୍ତ ଛାତ୍ରୀ ମାନଙ୍କୁ ଫେରାଇ ଆଣି ହଷ୍ଟେଲରେ ପୁନର୍ବାର ରଖିବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅନେକ ଥର ଗୁହାରି କରିଥିଲେ ହେଁ ପ୍ରଧାନ ଶିକ୍ଷକ କର୍ଣ୍ଣପାତ କରି ନ ଥିଲେ।ଆଗକୁ ମେଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହେବାକୁ ଯାଉଛି।ଉକ୍ତ ଘଟଣାର ତିନି ମାସ ହେଲା ପରେ ମଧ୍ୟ ବିଦ୍ୟାଳୟ କତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସେଠି ଓ ତିରିଂ ବ୍ଲକ ଶିକ୍ଷା ଅଧିକାରୀ ଯଗେଂଶ୍ୱର ଜେନା ଶୁକ୍ରବାର ଦିନ ବିଦ୍ୟାଳୟକୁ ଯାଇ ଅଭିଭାବକଙ୍କୁ ଡକାଇ ଘଟଣାର ତଦନ୍ତ କରିଥିଲେ।

ଉକ୍ତ ଘଟଣାକୁ ନେଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଦୁଃଖ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରିଛନ୍ତି।ଏଥି ସହିତ ଘଟଣାକୁ ନେଇ ଏଡିଡବ୍ଲ୍ୟୁ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ସହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ପୂର୍ତ୍ତି ଉକ୍ତ ଘଟଣାକୁ ନେଇ ଜିଲ୍ଲାପାଳ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।