ବଲାଙ୍ଗୀର ;ତା-୧୧/୦୪(ବିଏମସି ଟିଭି ଓଡ଼ିଆ)
ରାତା,ରାତି କୋଟି ପତି ହେବା ନିଶାରେ ବେଆଇନ୍ ଜାଲ ନୋଟ୍ କାରବାର ଚଳାଇବା ଅଭିଯୋଗ ରେ ଟିଟିଲାଗଡ ପୋଲିସ ଦୁଇ ଅଭିଯୁକ୍ତ ଙ୍କ ସହ ନଗଦ ୪୯ ହଜାର ଟଙ୍କା ର ଜାଲ ନୋଟ୍ ଜବତ କରିଥିବା ସୂଚନା ଦିଆଯାଇଛି । ପ୍ରକାଶ ଯେ,ଛତିଶଗଡ ରାଜ୍ୟ ର ରାୟପୁର ଅଞ୍ଚଳ ରୁ କଣ୍ଟାବାଞ୍ଜି ଦେଇ ଟିଟିଲାଗଡ ଓ ରାଜ୍ୟ ର ଅନେକ ଜିଲ୍ଲା କୁ ଏହି ଜାଲ ନୋଟ୍ କାରବାର ଚାଲିବା ନେଇ ବିଗତ ଦିନରେ ପୋଲିସ କିଛି ଅଭିଯୁକ୍ତ ଙ୍କୁ ଗିରଫ ସହ ବିପୁଳ ପରିମାଣ ର ନୋଟ ଜବତ କରିଥିଲା ହେଲେ ଏହି ଜାଲ ନୋଟ୍ କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ ସେ ନେଇ କିଛି ଟେର ବର୍ତ୍ତମାନ୍ ସୁଦ୍ଧା ମିଳି ପାରିନି । ଟିଟିଲାଗଡ ସହର ର ଜଣେ ଅଣ ଓଡ଼ିଆ ଠିକାଦାର ତଥା ଟିଟିଲାଗଡ ବଣିକ ସଂଘ ର ଜଣେ ବରିଷ୍ଠ ସଦସ୍ୟ ଏହି କାରବାର ରେ ସାମିଲ ଥିବା ଜୋର୍ ଧରିଛି । ଦୀର୍ଘ ଦିନ ଧରି ଏହି କାରବାର ଚଲେଇ ଆସୁଥିବା ଉକ୍ତ ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି ବୋଲି ପ୍ରକାଶ ପାଇଥିବା ବେଳେ ଏହି କାରବାର ସମ୍ପୂର୍ଣ ବନ୍ଦ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ନକଲି ନୋଟ୍ କାରବାରରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଟିଟିଲାଗଡ ପୋଲିସ କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ, ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରି ବଲାଙ୍ଗିର ରୁ ଟିଟିଲାଗଡ କୁ ସଂଯୋଗ କରୁଥିବା ରାଜରାସ୍ତା ର ସିକେର ନିକଟ ରେ ଦୁଇ ଅଭିଯୁକ୍ତ ଏକ ବ୍ୟାଗ ଧରି ଯାଉଥିବା ବେଳେ ପୋଲିସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ୪୯ ହଜାର ଟଙ୍କା ଜାଲ ନୋଟ୍ ଜବତ କରିଥିବା ବେଳେ ତାଙ୍କ ନିକଟରୁ ଏକ କଳା ପେପର ମଧ୍ୟ ଜବତ ହୋଇଛି ଯାହାକି ତାକୁ ପାଣିରେ ବୁଡ଼ାଇଲେ ନୋଟ୍ ବାହାରୁଛି ବୋଲି ଲୋକଙ୍କୁ ସେମାନେ ଠକେଇ କରୁଥିଲେ ବୋଲି ପୋଲିସ ପ୍ରକାଶ କରିଛି । ଗିରଫ ଦୁଇ ଅଭିଯୂକ୍ତ ହେଲ ଟିଟିଲାଗଡ଼ ସହରର ମହମ୍ମଦ ସବିର ଓ ସିକେର ଗ୍ରାମର ନେତ୍ର ରାଉତ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପୀଓ ଯଶୋବନ୍ତ ନାରାୟଣ ପ୍ରଧାନ ଓ ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ଏହି ଚଢାଉରେ ଭୁବନେଶ୍ଵର ଏସ୍ଟିଏଫ୍ ଷ୍ଟାଫ୍ ଏବଂ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍ଆଇ କିରଣ ଜାନି, ପ୍ରଦୀପ ଦୁରିଆ, ଏଏସ୍ଆଇ ଅହଲ୍ୟା ସୁନାନି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ । ଏହି ଭଳି ଘଟଣା ନେଇ ସାଧାରଣ ବେଶ୍ ଅବଗତ ଥିବା ଓ କାରବାର ଚାଲିବା ସର୍ବ ଜନ ବିଦିତ ହୋଇ ପଡ଼ି ଥିବା ବେଳେ ତୁରନ୍ତ ରାଜ୍ୟ ବାହାର ଲିଙ୍କ ଓ ମୁଖ୍ୟ କାରପଟଦାର ଙ୍କୁ ଠାବ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦାବି ପ୍ରକାଶ ପାଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।