ସମ୍ବଲପୁର ;ତା-୧୬/୦୨(ବିଏମସି ଟିଭି ଓଡିଆ)
ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଝରନ୍’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବକୁ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ଡ. ଆରୁପାନନ୍ଦ ସାହୁ ଜିଲ୍ଲା ବିଜେପି ସଭାପତି ବରଗଡ ଯୋଗଦେବା ସହ ମୁଖ୍ୟବକ୍ତା ଭାବେ ଡ.ସୁରେଶ ଚନ୍ଦ୍ର ଷଡଙ୍ଗୀ ସଂସ୍କୃତ ଅଧ୍ୟାପକ ଅମର ଜ୍ୟୋତି ମହାବିଦ୍ୟାଳୟ କୁଟୁମ୍ ଡୋଳା ବଲାଙ୍ଗୀର ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପିକା ପରିଣିତା ପଧାନ ସ୍ବାଗତ ଜଣାଇଥିବା ବେଳେ ଅତିଥି ପରିଚୟ ଅଧ୍ୟାପକ ନେପାଲ ବିଶ୍ଵାଳ ପ୍ରଦାନ କରିଥିଲେ। ପ୍ରଥମରୁ ଆଦ୍ୟ ପୂଜ୍ୟ ଗଣେଶଙ୍କ ପାଖରେ ଦ୍ବୀପ ପ୍ରଜ୍ବଳନ ହେବା ସହ ପ୍ରରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସୁଧାଂଶୁ କୁମାର ଦାଶଙ୍କ ସ୍ଵ ରଚିତ କବିତା ପୁସ୍ତକ ନମାମି ଗଙ୍ଗେ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବିଶ୍ବବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟେ ପ୍ରଥମ ଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯିବା ସହ ଡ.ସୁବାସ ଦାଶଙ୍କୁ ଗରିବ ବନ୍ଧୁ ଓ କୁମାରୀ ସ୍ଵତିକ ବେହେରାଙ୍କୁ କ୍ରୀଡା ରାଣୀ ଉପାଧି ପ୍ରଦାନ ପୂର୍ବକ ମାନପତ୍ର ସମେତ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ପ୍ରଥମ ଅଧିବେଶନର ପରିସମାପ୍ତି ପରେ ନିମନ୍ତ୍ରିତ ହାସ୍ୟକବି ହରିଲାଲ ସାହୁ, ଅଧିକାରୀ ସା, ମୁନିରାମ୍ କୁମ୍ଭାର ପ୍ରଭୃତିଙ୍କ ଦ୍ଵାରା ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପରେ ପରେ ନାଟ୍ୟ ନିର୍ଦ୍ଦେଶକ, ଲେଖକ ଅମିତ୍ କୁମାର ପ୍ରଧାନଙ୍କ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରୀମାନେ ‘ତ୍ୟାଗ’ ନାଟକ ପରିବେଷଣ କରିଥିଲେ। ଛାତ୍ରୀ ମିଷ୍କିନା ପଧାନ, ଶ୍ରାବଣୀ ମେହେରଙ୍କ ସମେତ ଛାତ୍ରୀମାନେ
ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ନିଳୀମା ନାୟକ, ଜ୍ୟୋତି ସାହୁ, ସସ୍ମିତା ମେହେର, ପିଙ୍କି ବାରିକ, ପୁନମ ସାହୁ, ମିନିଷା ଭୋଇ, ଶୋଭାବତୀ ଥପା ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ସାମିଲ ହୋଇଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।