ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ।

ରାଇରଙ୍ଗପୁର ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

ବିଜୁ – ମହାନ ଜନନାୟକ ନବୀନ ପଟ୍ଟନାୟକଙ୍କ ଦ୍ବାରା ୨୬ଡିସେମ୍ବର ୧୯୯୭ ରେ ବିଜୁ ଜନତା ଦଳ ପ୍ରତିଷ୍ଠା ଲାଭ କରିଥିଲା ।ଏହା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକମାବଙ୍କର ହିତ ତଥା ସମାଜର ମଙ୍ଗଳ ସାଧନ କରିଆସିଛି । ସାରା ଓଡିଶାରେ ୨୮ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ଓ ଧୁମଧାମରେ ପାଳିତ ହେଉଅଛି । ନବୀନବାବୁ ୧ ନମ୍ବର ରାଜନେତା ହୋଇ ଲୋକମାନଙ୍କ ସୁଖଦୁଃଖରେ ସାଥୀ ହୋଇ ଛିଡା ହୋଇଛନ୍ତି । ସେ ଓଡିଶାର କର୍ଣ୍ଣଧାର କହିଲେ ଅତ୍ଯୁକ୍ତି ହେବନାହିଁ ।

ଏହି ପରିପ୍ରେକ୍ଷୀରେ ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଦୁର୍ଗାମଣ୍ଡପ ଛକ ରେ ଥିବା ଓଡିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ବିଜେଡି କର୍ମକର୍ତ୍ତା ଏକଜୁଟ ହୋଇଥିଲେ ।ଏହାପରେ ସେମାନେ ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ କିଭଳି ବିଜେଡି ଆଉଥରେ ଶାସନଗାଦିକୁ ଆସିବ ତାପାଇଁ ଶପଥ ନେଇଥିଲେ । ଆଗକୁ ମଧ୍ଯ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗାଁ ଗାଁ କୁ ଯାଇ ଲୋକମାନଙ୍କୁ ସଚେତନ କରିବା ସହ ନିର୍ବାଚନ ଜିଣିବା ପାଇଁ ବଜ୍ରପ୍ରତିଜ୍ଞା ନେଇଥିଲେ । ବିଜେଡି ଲୋକମାନଙ୍କ ଦୁଃଖରେ ସମଦୁଃଖୀ ହୋଇ ଠିଆ ହୋଇଛି ।

ଲୋକମାନଙ୍କର ସମସ୍ଯା ଦୂରୀଭୂତ କରିପାରିଛି ବୋଲି ଦଳୀୟ କର୍ମକର୍ତ୍ତା ଦୃଢୋକ୍ତି ଦେଇଥିଲେ ।ଏହାପରେ ସେମାନେ ବହଳଦା ବଙ୍ଗଳା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଭବ୍ଯ କାର୍ଯ୍ଯକ୍ରମରେ ବରିଷ୍ଠ ନେତା ଇଶାନ ମିଶ୍ର, ମନୁ ଚୌଧୂରୀ, ସୁବାଷ ମଣ୍ଡଳ, ମ୍ଯୁନିସିପାଲିଟି ଉପାଧ୍ଯକ୍ଷା ମମିତା ଚୌଧୂରୀ, ସମ୍ପାଦକ ରାଜେନ୍ଦ୍ର ମଲ୍ଲିକ, ଯୁବ ସଭାପତି ରାହୁଳ ଯାଦବ, ଯୁବ ନେତା ଦୀପ୍ତିମାନ ବଳ, ଜିତୁ ସାହୁ, ବ୍ଲକ ସଭାପତି ହରେକୃଷ୍ଣ ମଣ୍ଡଳ, ୨୫ ନଂ ଜିଲ୍ଲା ପରିଷଦ ସଭ୍ଯ ଭଗବତୀ ମିଶ୍ର, ୨୬ ନଂ ଜିଲ୍ଲା ପରିଷଦ ସଭ୍ଯ ସୂର୍ଯ୍ଯମଣି ହାଁସଦାଃ, ବହଳଦା ବ୍ଲକ ଉପସଭାପତି ପୂର୍ଣ୍ଣଚନ୍ଦ୍ର ବସା (ହରିନ ଭାଇ) , ବହଳଦା ବ୍ଲକ ସରପଞ୍ଚ ଲକ୍ଷ୍ମଣ ହାଁସଦାଃ, ଜିଲ୍ଲା ସଂପାଦକ ପଙ୍କଜ ରାଉତ ଓ ବରିଷ୍ଠ ସମାଜସେବୀ ହରମନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ ବିରାଟ ସମାବେଶରେ ବିଜୁ ଜନତା ଦଳର ପ୍ରେମୀ ଭାଇଭଉଣୀ ବହୁସଂଖ୍ଯାରେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *