ରାଇରଙ୍ଗପୁର ;ତା-୧୭/୦୫(ବିଏମସି ଟିଭି ଓଡ଼ିଆ)
ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶତାଦ୍ଧୀ ଜୟନ୍ତିର ଉଦଯାପନ ଦିବସରେ ଓଡିଶା ଗସ୍ତ ରେ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ପହଞ୍ଚିଥିଲେ । ସର୍ବ ପ୍ରଥମ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ମାଟି ଡାହାରଡିହି ଦାଣ୍ଡବୋଷ ଗାଁ ରେ ଥିବା ଗୁରୁ ଗୋମକେ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଗୁରୁ ଗୋମକେ ଙ୍କ ପୈତୃକ ଜନ୍ମମଟି ଘରକୁ ଯାଇଥିଲେ । ଯେଉଁ ଗଛ ମୂଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ସେହି ଗଛ ମୂଳରେ ଶିକ୍ଷ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗୁରୁଜୀ ଙ୍କ ସମାଧିପିଠ କାପି ଡୁଙ୍ଗୁରି କୁ ଯାଇ ସମାଧି ପିଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଯେଉଁ ଘରେ ସାଧନା କରୁଥିଲେ ଗୁରୁଜୀ ସେହି ଘରକୁ ମଧ୍ଯ ଶିକ୍ଷା ମନ୍ତ୍ରୀ ପରିଦର୍ଶନ କରିଥିଲେ । ପରେ ଦାଣ୍ଡବୋଷ ଗାଁର ଫୁଟବଲ ପଡିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଲେ ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନ ଙ୍କୁ କମିଟି ପକ୍ଷରୁ ଭବ୍ଯ ସ୍ବାଗତ କରାଯାଇଥିଲା । ମଞ୍ଚ ରେ ଜନସାଧାରଣୁ ଉଦବୋଧନ ଦେବା ବେଳେ କଳିଥିଲେ କି ଆଦିବାସୀଙ୍କ ବିକାଶ ପାଇଁ ଚଳିତ ବର୍ଷ ଠାରୁ ଗୁରୁ ବୈଶାଖ ପୂର୍ଣ୍ଣିମା ରେ ଝାରଖଣ୍ଡ ସରକାର ଛୁଟି ଘୋଷଣା କରିଥିଲେ ଏବଂ ଆଦିବାସୀଙ୍କ ବିକାଶ ତଥା ଅଲଚିକି ଲିପିର ପ୍ରଚାର ପ୍ରସାର ଦିଗରେ ଝାରଖଣ୍ଡ ସରକାର ଆଗରେ ରହିଛି । ଏହା ବ୍ୟତୀତ ଜନଜାତୀ ଆଦିବାସୀ ବିଶ୍ବ ବିଦ୍ୟାଳୟ ଖୋଲିବାର ସମସ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ଓଡିଶା ସରକାର ମଧ୍ଯ ଆଗେଇ ଆସିବା ଦରକାର ଓ ଓଡିଶାରେ ମଧ୍ଯ ଆଦିବାସୀ ଜନଜାତି ବିଶ୍ବ ବିଦ୍ୟାଳୟ ଖୋଲା ଯାଇ ପାରିଲେ ଯାଇ ସମଗ୍ର ଦେଶରେ ଆଦିବାସୀ ମାନଙ୍କର ବିକାଶ ହେବ ବୋଲି କହିଥିଲେ । ମଞ୍ଚାସୀନ ସମ୍ମାନିତ ଅତିଥି ଭାବେ ଓଡିଶା ଝାରଖଣ୍ଡ ମୁକ୍ତିମୋର୍ଚା ସଭାପତି ଅଞ୍ଜଳି ସୋରେନ , ଝାରଖଣ୍ଡ ପୂର୍ବତନ ରାଜ୍ୟସଭା ସାଂସଦ ଲକ୍ଷ୍ମଣ ଟୁଡୁ , ଓଡିଶା ପ୍ରଦେଶ ଝାରଖଣ୍ଡ ମୁକ୍ତିମୋର୍ଚାର ସାଧାରଣ ସମ୍ପାଦକ ଦୁବରାଜ ନାଗ, କୃଷ୍ଣଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଘନଶ୍ୟାମ ପିଙ୍ଗୁଆ, ସନ୍ତୋଷ କୁମାର ମୁର୍ମୁ,ଭୁବନ ଟୁଡୁ, ନିଶିକାନ୍ତ ସିଂ, ବରିଷ୍ଠ ନେତା ସାଲୁ କିସ୍କୁ , ରାଇରଙ୍ଗପୁର ଆସେକା ସଭାପତି ମନୋରଞ୍ଜନ ମୁର୍ମୁ , ରାଇରଙ୍ଗପୁର ଆସେକା ସମ୍ପାଦକ ଜିତେନ୍ଦ୍ର ହାଁସଦାଃ , ଝାଡ଼ଖଣ୍ଡ ପ୍ରଦେଶ ଆସେକା ସଭାପତି ସୁବାସ ମାର୍ଣ୍ଣି, ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ କୁ ପରିଚାଳନା କରିଥିଲେ ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦାଃ ଓ ଭିମ୍ ଆର୍ ମୂର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ରେ ଦକ୍ଷତା ଥିବା ବ୍ଯକ୍ତି ମାନଙ୍କୁ ଶିକ୍ଷା ମନ୍ତ୍ରୀଙ୍କ କରକମଳରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଝାରଖଣ୍ଡ ପୂର୍ବତନ ସାଂସଦ ଲଛମନ ଟୁଡୁ , ଓଡିଶା ଝାରଖଣ୍ଡ ପ୍ରଦେଶ ଝାରଖଣ୍ଡ ମୁକ୍ତିମୋର୍ଚା ରାଜ୍ଯ ସଂଗଠକ ଦୁବରାଜ୍ ନାଗ , ଝାରଖଣ୍ଡ ମୁକ୍ତିମୋର୍ଚା ଜିଲ୍ଲା ପ୍ରବକ୍ତା ସନ୍ତୋଷ ମୁର୍ମୁ , ଝାରଖଣ୍ଡ ମୁକ୍ତିମୋର୍ଚା ଜିଲ୍ଲା କୋଷାଧକ୍ଷ ସାଙ୍କ ମାଝୀ , ଝାରଖଣ୍ଡ ମୁକ୍ତିମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ଦାସ , ଉପସଭାପତି ଘନଶ୍ୟାମ ପିଙ୍ଗୁଆ ଓ ବିଶିଷ୍ଟ ଝାରଖଣ୍ଡ ନେତା ଭୂବନ ଟୁଡୁ, ରାଜା ହେମ୍ବ୍ରମ , ନିଶିକାନ୍ତ ସିଂ, ସାଲଖୁ କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।