ଝାରସୁଗୁଡ଼ା ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକୋତ୍ସବ।

ସମ୍ବଲପୁର :ତା.୦୬/୦୪(ବିଏମସି ଟିଭି ଓଡିଆ)

ଝାରସୁଗୁଡ଼ା ସ୍ଥିତ ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ରାଧେଶ୍ୟାମ ପାଣ୍ଡେଙ୍କ ସଭାପତିତ୍ବରେ ଅଷ୍ଟମ ବାର୍ଷିକୋତ୍ସବ ପ୍ରସନ୍ନ ପଣ୍ଡା ଆଇନ କଲେଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ଼.ପ୍ରଦୀପ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଅନ୍ୟତମ ଅବସର ପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା, ମଧୁମୟ ସାହିତ୍ୟର ପ୍ରତିଷ୍ଠାତା ରାଜଶ୍ରୀ ମେହେର ପ୍ରମୁଖ ସମ୍ମାନିତ ଅତିଥି ଓ ସମ୍ବଲପୁର ବିଇଡି କଲେଜର ଅଧ୍ୟାପିକା ଡ଼.ମମତା ପ୍ରିୟଦର୍ଶିନୀ ସାହୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ଭାଷଣରେ ସାଂପ୍ରତିକ ସମାଜରେ ସାହିତ୍ୟର ଦଶା ଓ ଦୀଶା ଶୀର୍ଷକରେ ଆଲୋଚନା କରିଥିଲେ । ସେମାନେ ତାଙ୍କ ଭାଷଣରେ ସାହିତ୍ୟିକମାନେ ଧର୍ଯ୍ୟହରା ନ ହୋଇ ସମାଜ ପାଇଁ ସାହିତ୍ୟ ରଚନା କଲେ ତାହା ଦିନେ କାଳଜୟୀ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼.ମାଧୁରୀ ମିଶ୍ର, ଡ଼. କୈବଲ୍ୟ ମିଶ୍ର, ବନମାଳି ନାମଦେଓ, ବସନ୍ତ ନାଥ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । ଏହି ଅବସରରେ ଏକ ପୁସ୍ତକକୁ ମଧ୍ୟ ଅତିଥି ଗଣ ଉନ୍ମୋଚନ କରିଥିଲେ । ବିଭିନ୍ନ ପ୍ରତିଭା ଯଥା ଆଲୋକ ପାଣିଗ୍ରାହୀ, ତୀର୍ଥବାସି ପଟେଲ, ମନୋରଞ୍ଜନ ପଣ୍ଡା, ମଦନ ମୋହନ କଣ୍ଟା, ରାଧା ମୋହନ ପଣ୍ଡା, ତୈଲୋକ୍ୟ ନାଥ ମହାପାତ୍ର, ପ୍ରମୋଦ କୁମାର ନାୟକ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ପାଦିକା ମାଧୁରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତ୍ରାହି ଲକ୍ଷନାଥଙ୍କ ସଂଯୋଜନା ରେ ବଂଶୀଧର ପ୍ରସାଦ, ମନ୍ଦାକିନୀ ଶତପଥୀ, ମୁରଲୀ ଧର ନାୟକ, ମାଧବି ପଟେଲ ପ୍ରମୁଖ ୫୦ ଜଣ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଇସାନ୍ ଚନ୍ଦ୍ର ମିଶ୍ର , କୁନୁ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *