ସମ୍ବଲପୁର:ତା.୦୯/୦୬(ବିଏମସିଟିଭି ଓଡିଆ)
ବରପାଲି ବ୍ଳକ ଅନ୍ତର୍ଗତ ବନ୍ଧପାଲି ଗ୍ରାମ କଲାପଟା ଛକରେ ‘ଝାଏଁରେ’ କଲାପଟା ସାହିତ୍ୟ ସ°ସଦର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରୁ ଅତିଥିମାନଙ୍କ ଗହଣରେ ଇଷ୍ଟଦେବୀ ମାଁ ସମ୍ଲେଇ ଓ ମଞ୍ଚ ସହ କଲାପଟାକୁ ପୁଜାର୍ଚ୍ଚନା କରାଯାଇଥିଲା। ପରେ ପ୍ରଥମ ଅଧିବେଶନ ଆରମ୍ଭ ହେବାସହ ସ୍ବର୍ଗତ କବି ବୃନ୍ଦାବନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ମାଧ୍ଯମରେ ମିଳିତ ନୀରବ ପ୍ରାର୍ଥନା କରାଯାଇଥିଲା। ସ°ସଦର ସମ୍ପାଦକ ଭରତ ନାଏକ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଭରତ ମେହେର ବାର୍ଷିକ ବିବରଣୀ ଉପସ୍ଥାପନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ‘ଅଭିମନ୍ୟୁ ସାହିତ୍ୟ ସ°ସଦ’ ଘେଁସ୍ର ସଭାପତି ଅଶୋକ ପୁଝାରୀ, ମୁଖ୍ୟବକ୍ତା ଅଧ୍ୟାପକ ସୁଶାନ୍ତ ମିଶ୍ର , ସମ୍ମାନିତ ବକ୍ତା କିଶୋର କୁମାର ସାହୁ, ସମ୍ମାନିତ ଅତିଥି ନିରଞ୍ଜନ ପଣ୍ଡା, ପଦ୍ମ ଲୋଚନ ସାହୁ ଏବଂ ପ୍ରଭୁ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ‘ଝାଏଁରେ’ ବନ୍ଧପାଲି କଲାପଟା ସାହିତ୍ୟର ଗାରିମା, ଉଦ୍ଯମ ଓ ମର୍ମକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ସମଲ୍ପୁରୀ/କୋଶଲି ଭାଷା ପ୍ରତି କଲାପଟାର ଯଥେଷ୍ଟ ଅବଦାନ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କବି ଅକୃର ବାଗ୍ଙ୍କୁ “ଝାଏଁରେ କଲାପଟା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ସମାଜସେବୀ ଯୋଗେଶ୍ୱର ମେହେର (ଭଲ୍ଟୁ) ଙ୍କୁ ସ୍ବତନ୍ର୍ତ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ହାସ୍ୟ//ବ୍ୟଙ୍ଗ କବି ସମ୍ମିଳନୀ ରେ କବି ହରିଲାଲ୍ ସାହୁ, ମୁନି ରାମ୍ କୁମ୍ଭାର, ମନୋରଞ୍ଜନ ଲୁହା, ହାସ୍ୟ ତଡକା ଶିଶିର ପୁରୋହିତ, ଜଟାଧାରୀ ପ୍ରଧାନ ଙ୍କ ସହିତ ଆହୁରି ଅନେକ କବି ଯୋଗଦାନ କରି କବିତା ମାଧ୍ୟମରେ ହାସ୍ୟରୋଳ ସୃଷ୍ଟି କରିଥିଲେ। ପରେ ସା°ସ୍କୃତିକ କାର୍ଯ୍ୟକ୍ରମ ମାଧ୍ଯମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର କୋଷାଧ୍ୟକ୍ଷ ଉମାକାନ୍ତ ସାହୁଙ୍କ ସହିତ ସଦସ୍ୟ ମୋତିରାମ ମେହେର, ଭାଗିରଥି ବିଭାର୍, ହରି ମେହେର, ରୋହିତ ସାହୁ, ଯୋଗେଶ ବର୍ଗେ, ପ୍ରଦୀପ ରାଉତ, ଅନନ୍ତ ମହାପାତ୍ର, ଅଶ୍ଵିନୀ ସେଠ୍, ଓମ୍ ପ୍ରକାଶ ମେହେର, ଲଲିତ ମେହେର, ମହେନ୍ଦ୍ର ସାହୁ, ଚିନୁ ଚେଟ୍ଟୀ, ପ୍ରଦୀପ ମେହେର, କ୍ଷୀର ଭୋଇ, ବାଳକୃଷ୍ଣ ମେହେର ଓ ବିକାଶ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବୈଦ୍ୟନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।