ନୂତନ ଥାନା ଅଧିକାରିଣୀ ଙ୍କ ଯୋଗଦାନ ।

ବଲାଙ୍ଗୀର ; ତା-୧୨/୦୨(ବିଏମସି ଟିଭି ଓଡ଼ିଆ)

ଚର୍ଚ୍ଚା ରେ ରହୁଥିବା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ରେ ନୂତନ ଥାନା ଅଧିକାରୀଣୀ ଭାବେ କୋମଳ ମତି ବେହେରା ଯୋଗ ଦେଇଛନ୍ତି । ସେ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁର ଥାନା ରେ ଅବସ୍ଥାପିତ ଥିଲେ । ଆଜି ଟିଟିଲାଗଡ଼ ଥାନାରେ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗ ଦେବା ପରେ ଟିଟିଲାଗଡ଼ ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି । ସେହିପରି ଆଗକୁ ଲୋକଙ୍କୁ ଟ୍ରାଫିକ ନୀୟମ ଉପରେ ସଚେତନତା କାର୍ଯ୍ୟକ୍ରମ ସହ ଆଇନ ନ ମାନିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *