ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଜେଆରସିଓ ସ୍ମୃତି ରଞ୍ଜନ ପାଣି ସମ୍ବର୍ଦ୍ଧିତ।

ରାଇରଙ୍ଗପୁର ;ତା-୧୨/୦୩(ବିଏମସି ଟିଭି ଓଡ଼ିଆ)

ଇଣ୍ଡିଆନ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ରାଜଭବନଠାରେ ନୂଆ ଅଭିଷେକ ପ୍ରେକ୍ଷାଳୟ ହଲ୍ ରେ ଓଡିଶାର ରାଜ୍ୟପାଳ ମାନ୍ୟବର ଡ. ହରିବାବୁ କମ୍ଭମ୍‌ପାଟିଙ୍କ ସ୍ୱ ହସ୍ତରୁ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସମ୍ବର୍ଦ୍ଧିତ ହୋଇଛନ୍ତି। ସୂଚନାଯୋଗ୍ୟ 2021-2022 ମସିହାରେ ପାଣି ଜିଲ୍ଲା ତଥା ରାଜ୍ୟରେ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁରସ୍କୃତ ହୋଇଛନ୍ତି। ପାଣି କରୋନା ସମୟରେ ରକ୍ତଦାନ ଶିବିରର ଆୟୋଜନ ,ବାତ୍ୟା “ୟାସ”ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ, ବିଭିନ୍ନ ସମୟରେ ଘର ପୋଡି ଯାଇଥିବା ଲୋକମାନଙ୍କୁ ସାହାର୍ଯ୍ୟ ସହିତ,ଆର୍ଥିକ ଅବହେଳିତ ଲୋକମାନଙ୍କ ପାଖରେ ସଦା ସର୍ବଦା ସାହାର୍ଯ୍ୟର ହାତ ବଢ଼ାଇଥାନ୍ତି । ପୂର୍ବରୁ ଶ୍ରୀ ପାଣି କରୋନା ଯୋଦ୍ଧା ସହିତ ପ୍ରକୃତି ବନ୍ଧୁ ପୁରସ୍କାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।ଏହି ଉତ୍ସବରେ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଏନ ଏସ ବି ରାଜପୁତ,ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର, ଯୁବ ରେଡକ୍ରସ ଅଧିକାରୀ ରମେଶଚନ୍ଦ୍ର ବେହେରା, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ କାଯ୍ୟକ୍ରମରେ ଉପସ୍ଥିତ ରହି ଥିଲେ ।ଏହି ଅବସରରେ ଶ୍ରୀ ପାଣି ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ ଚନ୍ଦ୍ର ସେଠୀ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ତଥା ଏଡିଇଓ ଦୀପ୍ତି ନାଏକ, ଅନ୍ୟତମ ଏଡିଈଓ ଶଶୀଧର ସିଂ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ,ବହଳଦା ବିଈଓ ଶୁଭଶ୍ରୀ ସିଂ ପ୍ରମୁଖଙ୍କୁ ଶ୍ରୀ ପାଣି କୃତଜ୍ଞତା ଜ୍ଞାପନ କରିଛନ୍ତି।ଶ୍ରୀ ପାଣି ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡ଼ିହିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *