କେବାଡ ସପ୍ତମ ଧନୁଯାତ୍ରା ଶୁଭାରମ୍ଭ।

ସମ୍ବଲପୁର ;ତା-୦୩/୦୧(ବିଏମସି ଟିଭି ଓଡିଆ)

ବରପାଲି ବ୍ଳକ କେବାଡ ସପ୍ତମ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି। ସପ୍ତମ ଦିବସୀୟ ମହୋତ୍ସବକୁ ଆଗଲପୁର ସରପଞ୍ଚ ରିଙ୍କି ଭୋଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୁରେଶ ମାଝି, କାଲିଆ ମହାକୁର, ବିଶ୍ବନାଥ ନାଏକ, ଝାଙ୍କର ମୋହନ ବରିହା, ଭୁବନେଶ୍ବର ବଢେଇ ଓ ଯୁଦ୍ଧିଷ୍ଠିର ମେହେର ପ୍ରମୁଖ ଯୋଗ ଦେଇଥିଲେ। ପାରମ୍ପାରିକ ବାଦ୍ୟ ସହ ପୁଜାର୍ଚ୍ଚନା ମାଧ୍ୟମରେ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା। ଅତିଥିମାନେ ପୁରାଣ ବର୍ଣ୍ଣିତ ପୁରାତନ ସଂସ୍କୃତି ରହିତ ଉତ୍ସବ ସହ କୃଷ୍ଣଲୀଳା ଖୋଲାମଞ୍ଚ ପ୍ରସ୍ତୁତି ସମ୍ପର୍କରେ ଭିନ୍ନଭିନ୍ନ ମତ ପୋଷଣ କରିଥିଲେ।ସଭାକାର୍ଯ୍ଯ ସମ୍ପର୍ଣ୍ଣ ପରେ ଲୀଳା ସହ ସାଂସ୍କୃତିକା ଆରମ୍ଭ ହୋଇଥିଲା। ଆୟୋଜିତ ଖୋଲାମଞ୍ଚ ଯାତ୍ରାରେ ଅଭିନୀତ କଳାକାରମାନଙ୍କ ମଧ୍ୟରେ ଦ୍ରୁମିଳାଶୁର ଭାବରେ ଦେବେନ୍ର୍ଦ କନ୍ଧେର, ଉଗ୍ରସେନ ସୁବାଷ ବାଗ,ଇନ୍ଦୁମତୀ ସସ୍ମିତା ଦଳବେହେରା,ପ୍ରଫୁଲ୍ଲ ମେହେର,ଅଜୟ ସାହୁ,ଦୁଃଖିଶ୍ୟାମ,ମଧୁ, କିରଣ,ରୋସନ ଏବଂ ପାର୍ଶ୍ବ କଳାକାର ଅଭିନୟ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *