ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କପିଳ ତାଣ୍ଡି ହେଲେ ମିଷ୍ଟର ସମ୍ବଲପୁର-୨୦୨୫।

ସମ୍ବଲପୁର ;ତା-୩୧/୦୧(ବିଏମସି ଟିଭି ଓଡିଆ)

ଶିକ୍ଷାନଗରୀ ବୁର୍ଲା ସହରରେ ଗତକାଲି ମିଷ୍ଟର ସମ୍ବଲପୁର-୨୦୨୫ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା  ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନ ଦ୍ବାରା ଆୟୋଜନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ମୋଟ ୨୬ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ। ତନ୍ମଧ୍ୟରୁ ବଡିବିଲଡିଙ୍ଗରେ ୧୪ ଜଣ ଓ ବରମୁଣ୍ଡା ମେନ ଫିଜିକରେ ୧୨ ଜଣ ଖେଳାଳି ଥିଲେ।କାର୍ଯ୍ୟକ୍ରମକୁ କଳିଙ୍ଗ ବଡିବିଲ୍ଡିଂଗ ଏସୋସିଏସନ ସଭାପତି ସନ୍ତୋଷ ମହାନ୍ତି, ଉପସଭାପତି ମାନସ ସ୍ୱାଇଁ, ସହ ସମ୍ପାଦକ ନିଶାନ୍ତ ବହିଦାର, କାର୍ଯ୍ୟକାରୀ ସମ୍ପାଦକ ବାଳକୃଷ୍ଣ ବାଗ ସୁଚାରୁ ରୂପେ ପରିଚାଳନା  କରିଥିଲେ। ବରମୁଣ୍ଡା ମେନ ଫିଜିକରେ ୧୨ ଜଣ ଖେଳାଡିଙ୍କ ମଧ୍ୟରୁ ତରୁଣ ମହାକୁଡ଼ ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ସ୍ୱାଗତ ମୁଦୁଲି, ତୃତୀୟ ସ୍ଥାନ ଜୟ ବିଶ୍ଵାଳ ପାଇଥିବା ବେଳେ ବଡିବିଲ୍ଡିଙ୍ଗ୍‌ରେ ୧୪ ଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନ କପିଳ ତାଣ୍ଡି, ଦ୍ୱିତୀୟ ସ୍ଥାନ ମାନସ ସେଠ, ତୃତୀୟ ସ୍ଥାନ ରାମକୃଷ୍ଣ ଆରୁଖ ଜିତି ଅତିଥିଙ୍କଠୁ ପଦ ଗ୍ରହଣ କରିଥିଲେ। ବୁର୍ଲା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଆର.ଏ.ଶିବ କୁମାର, ଦେବାଶିଷ ନନ୍ଦ, ଭୀମ ପଟ୍ଟନାୟକ ତଥା ଅନ୍ୟମାନେ ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନର ସଭାପତି ସତିଶ ବିଶି, ସମ୍ପାଦକ ଅମିତାଵ ପରିଡା, ଉପସଭାପତି ଜିଜି ଜୋସେଫ, କାର୍ଯ୍ୟକାରୀ ସଦସ୍ୟ ଭୋଳା ମୋହତମ, ମହିଳା କାର୍ଯ୍ୟକାରୀ ସମ୍ପାଦକ ଲିଲି ବେହେରା, କାର୍ଯ୍ୟକାରୀ ସମ୍ପାଦକ ବିଲାଲ ମର୍ଲ୍ଲିକ, କାର୍ଯ୍ୟକାରୀ ସମ୍ପାଦକଦୁଲାଲ ଚନ୍ଦ୍ର ରାୟ, କୋଷାଧ୍ୟକ୍ଷ ସୁବାଷ ଦୋରା, କାର୍ଯ୍ୟକାରୀ ସଦସ୍ୟ ବିଶ୍ୱନାଥ ଧର, ଅନୀଲ ଦାସ, ଆୟୁଷ ପଟ୍ଟନାୟକ, ପବନ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମରେ  ନବନିତ ସାହୁ, ଶଙ୍କର ନନ୍ଦ, ସୋହନଲାଲ ଶ୍ରୀବାସ୍ତବ, ଚନ୍ଦନ ପ୍ରସାଦ, ସାଗର ନାଗ, ଲଷ୍ମୀ ନାରାୟଣ ଗୁପ୍ତା, ବିବେକ ଗୁପ୍ତା, ଏମ ଡି ଇସାକ୍ ବାସ୍କ ପ୍ରମୁଖ ସହଯୋଗ କରିଥିଲେ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *