ଖରମୁଣ୍ତା କ୍ଳଷ୍ଟର ନିପୁଣ ମେଳା ଅନୁଷ୍ଠିତ।


ସମ୍ବଲପୁର  ;ତା-୦୬/୦୨(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ୍ ଊଖରମୁଣ୍ତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ନିପୁଣମେଳା ଅନୁଷ୍ଠିତ ହୋଇଯାଇଛି। କ୍ଳଷ୍ଚର ସିଆରସିସି ଶରତ କୁମାର ପଧାନଙ୍କ ତତ୍ତ୍ୱାବଧାନରେ  ନିପୁଣ ମେଳା ୨୦୨୫ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଜେପୁର ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ମୂଖ୍ୟଅତିଥି ଭାବରେ ଯୋଗ ଦେବା ସହ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଅତିଥି ମାନେ ନୂତନ ଶିକ୍ଷାନୀତି ଓ ବିଭିନ୍ନ ଦିଗ ସହିତ ସଂପ୍ରତି  ପିତାମାତା , ଗୋଷ୍ଠୀ, ସ୍ଵେଚ୍ଛାସବୀ ସଂଗଠନ , ପଞ୍ଚାୟତିରାଜ ସଦସ୍ୟମାନଙ୍କ ଭୂମିକା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ  ସଞ୍ଜୟ କୁମାର ସାହୁ ସିଆରସିସି ତେଜଙ୍ଗ କ୍ଳଷ୍ଟର ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ ବିନା ମଣିଷ ଭବିଷ୍ୟତରେ ଦାରିଦ୍ର୍ୟ ଓ ବେକାର ହେବାକୁ ଅଗ୍ରସର ଉପରେ ନିଜର ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ବିଶ୍ଵାମିତ୍ର ସାହୁ ପ୍ରଧାନ ଶିକ୍ଷକ ସର୍ଗିପାଲି ସେବାଶ୍ରମର ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ବୋଲି ନିଜ ମତ ପୋଷଣ କରିଥିଲେ। ଖରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସହଦେବ ସାହୁଙ୍କ ସଭାପତିତ୍ବରେ ଶରତ କୁମାର ପଧାନ ଉଦ୍ଦେଶ୍ୟ ଜ୍ଞାପନ ଓ ଉଗ୍ରେସନ୍ ସା ଧନ୍ୟବାଦ ଅର୍ପଣ କରିଥିଲେ।  ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା  ନିପୁଣ ସଙ୍ଗୀତ ଗାନ କରାଯାଇଥିଲା ଓ ସିଆରସିସି ଶରତ କୁମାର ପଧାନ ଶପଥ ପାଠ କରାଇଥିଲେ। ନଅ ଗୋଟି ବିଦ୍ୟାଳୟରୁ ୧୩ ଜଣ  ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ ମାଧ୍ୟମରେ ସମର୍ଦ୍ଧିତ କରାଯାଇଥିଲା। ଜଗଦୀଶ ରଣା ଶ୍ରେଷ୍ଠ ଶିକ୍ଷକ ରୂପେ ମନୋନିତ ହୋଇଇଥିଲେ। ୧୩୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକାଙ୍କ ପ୍ରଚେଷ୍ଟାରେ ୧୪୦ ଗୋଟି ଟିଏଲକଏମ ମେଳାରେ ପ୍ରଦର୍ଶିତ ହୋଇଥିଲା।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *