ନୟାଗଡ଼ ;ତା-୨୮/୦୬(ବିଏମସି ଟିଭି ଓଡ଼ିଆ)
କେନ୍ଦ୍ର ସରକାର ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ନିର୍ଦେଶ କୁ ସାକାର କରିବାକୁ ରେଳ ବିଭାଗ ର ତପ୍ତରତା ବୃଦ୍ଧି ପାଇଛି।
ତେବେ ମୋଦିଜୀ ଙ୍କ ସ୍ବପ୍ନ ଥିଲା ପ୍ରତି ଗାଁ କୁ , ପ୍ରତି ଜିଲ୍ଲାକୁ , ପ୍ରତି ରାଜ୍ୟ କୁ ଯୋଗାଯୋଗ ଓ ଗମନା ଗମନ ସୁବିଧା ହେବା ଦରକାର। ତେବେ ମୋଦି ସରକାର ଆସିବା ପରେ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଯାହାକି ଦଶପଲ୍ଲା ବାସୀଙ୍କ ପାଇଁ ୭୮ ବର୍ଷ ର ସ୍ବପ୍ନ ହୋଇ ରହିଥିଲା ତାହା ପୂରଣ ହୋଇଛି। ବର୍ତ୍ତମାନ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଗଡି ସାରିଛି। ଏହାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ କର କମଳରେ ଉଦଘାଟିତ ହୋଇଥିଲା।ବଲାଙ୍ଗୀର କୁ ରେଳ ଯିବା ପାଇଁ ଟନେଲ କାମ ସହିତ ଓଭର ବ୍ରିଜର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ ଦେଶର ଆସାମ ରେ ରେଳ ଓଭର ବ୍ରିଜ ର ଲମ୍ବ ପ୍ରଥମ ରେ ଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେ ଦ୍ଵିତୀୟ ଓଭର ବ୍ରିଜ ବୋଲି ରେଳ ବିଭାଗ ସୂଚନା ଦେଇଛନ୍ତି। ଯାହାକି ପାଞ୍ଚ କିଲୋମିଟର ଲମ୍ବ। ଆଉ ଯେଉଁ ଟନେଲ କାମ ଚାଲିଛି ତାହା ର ଲମ୍ବ ଚାରି କିଲୋମିଟର ବୋଲି ଜଣାପଡିଛି। ଯେଉଁଥି ପାଇଁ ଦଶପଲ୍ଲା ବାସୀ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ ଜଣାଇ ଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।