ନୟାଗଡ ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ଡ଼.ଆର୍ ସି ସାମନ୍ତରାୟ ମହାବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ କେପିଏଲ ସିଜନ୍ ଫୋର୍ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚଟି ଡାଇନାମିକ୍ ସ୍କ୍ୱାର୍ଡ ଓ ସିରିଅସ୍ ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ମ୍ୟାଚରେ ସିରିଅସ୍ ଇଲେଭେନ୍ ଟିମ୍ ଟସ୍ ଜିତି ବୋଲିଂ କରିବା ପାଇଁ ବାଛି ନେଇଥିଲେ । ପ୍ରଥମ ଇନିଂସି ରେ ଡାଇନାମିକ୍ ସ୍କ୍ୱାର୍ଡ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର୍ ବିନିମୟରେ ତାର ସମସ୍ତ ଉଇକେଟ୍ ହରାଇ ୮୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ବିପକ୍ଷରେ ସିରିଅସ୍ ଇଲେଭେନ୍ ଟିମ୍ ୭ ଓଭର ୪ ବଲ୍ ବିନିମୟରେ ୮ ଉଇକେଟ୍ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପାର କରି ଡାଇନାମିକ୍ ସ୍କ୍ୱାର୍ଡ କ୍ରିକେଟ୍ ଟିମ୍ କୁ ସଂପୂର୍ଣ୍ଣ ଭାବେ ପରାସ୍ତ କରି ସିରିଅସ୍ ଇଲେଭେନ୍ କ୍ରିକେଟ୍ ଟିମ୍ ବିଜୟ ମୁକୁଟ ହାସଲ କରିବାରେ ସକ୍ଷମ ହୋଇଛି । ମୀନକେତନ ବେହେରା ବ୍ୟକ୍ତିଗତ ଭାବେ ୫୧ ରନ୍ ସଂଗ୍ରହ କରି କ୍ୟାଚ ଆଉଟ୍ ହୋଇ ମ୍ୟାନ ଅଫ୍ ଦି ମ୍ୟାଚ୍ ହାସଲ କରିଛନ୍ତି । ଗୋପାଳ ବେହେରା ଏବଂ ଦିବ୍ୟଜ୍ୟୋତି ପୃଷ୍ଟି ମ୍ୟାଚଟିକୁ ପରିଚାଳନା କରିଥିଲେ ।

ଏହି ମ୍ୟାଚରେ ଦୈନିକ ଖବର କାଗଜ “ଉତ୍କଳ ସମାଜ ” ର ଓଡ଼ିଶା ମ୍ୟାନେଜିଂ ଏଡିଟର୍ ଅଖିଳ ବିହାରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉଭୟ ଦଳର ଅଧିନାୟକ ଓ ଖେଳାଳି ମାନଙ୍କୁ ଉନ୍ନତ ଧରଣର ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ପରିଶେଷରେ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିବା ମୀନକେତନ ବେହେରାଙ୍କୁ ଟ୍ରଫି , ଉପବିଜେତା ଦଳ ଡାଇନାମିକ୍ ସ୍କ୍ୱାର୍ଡ କୁ ରନର୍ଷ ଅପ୍ ଟ୍ରଫି ଓ ବିଜେତା ଦଳ ଭାବେ ସିରିଅସ୍ ଏଲେଭେନ୍ ଦଳକୁ ଚମ୍ପିୟାନସିପ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚଟିକୁ ଶହ ଶହ ଦର୍ଶକ ମନଭରି ଉପଭୋଗ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଉଭୟ ଦଳର ଖେଳାଳି ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।