ଦଶପଲ୍ଲା ର ପର୍ଯ୍ୟଟନ ସ୍ଥଳୀ କୁଆଁରିଆ ଡ୍ୟାମ।

ନୟାଗଡ ; ତା-୦୧/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକଟି ବିଶ୍ଵପ୍ରସିଦ୍ଧ ଲଙ୍କାପୋଡି, ଖୋଲ ମହାବୀର, କୁଆଁରିଆ ଡ୍ୟାମ ଆଦି ପର୍ଯ୍ୟଟନ ସ୍ଥଳୀ ର ନାମ ଲାଗି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ। ତନ୍ମଧ୍ୟରୁ କୁଆଁରିଆ ଜଳଭଣ୍ଡାର ଅନ୍ୟତମ।

ଏହି ଡ୍ୟାମ ର ନୀଳ ଜଳରାଶି, ସବୁଜ ବନାନୀ, ମୃଗବିହାର, ସୁନ୍ଦର ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ବର୍ଷ ତମାମ ପର୍ଯ୍ୟଟକ ଙ୍କର ଭିଡ ଏଠାରେ ଦେଖିବାକୁ ମିଳେ। ପିଲାମାନଙ୍କ ନିମନ୍ତେ ବିଭିନ୍ନ ଖେଳ ର ସୁବିଧା ମଧ୍ୟ ରହିଅଛି। ମୃଗବିହାର ର ପରିବେଶ ସମସ୍ତଙ୍କୁ ଏଠାକୁ ଆସିବା ନିମନ୍ତେ ଆକୃଷ୍ଟ କରିଥାଏ। ନୂଆ ବର୍ଷ ଆସିଲେ ଏଠାରେ ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସି ଭୋଜି ଭାତର ଆସର ଜମିଥାଏ।

ଏହାର ସବୁଜ ବନାନୀ ଓ ନୀଳ ଜଳରାଶି, ସୁ ପ୍ରଶସ୍ତ ଓ ସୁ ଦୀର୍ଘ ବନ୍ଧ ଲାଗି ସମସ୍ତ ପର୍ଯ୍ୟଟକ ଏଠାକୁ ଆଗ୍ରହ ସହକାରେ ଆସିଥାନ୍ତି ଓ ହସ ଖୁସିରେ ସବୁ କିଛି ର ମଜା ନେଇଥାନ୍ତି। ବିଗତ ଦିନରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଉଦ୍ୟମରେ ଏକ ଆକର୍ଷଣୀୟ ପାର୍କ ର କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି। ଅତି ଉଚ୍ଚ ର ପ୍ରଭୂ ଶିବଙ୍କ ମୂର୍ତ୍ତି ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ କାର୍ଯ୍ୟ ବାକି ମଧ୍ୟ ରହିଛି। ଏ ସବୁ ବ୍ୟବସ୍ଥା ସମ୍ପୂର୍ଣ ହେଲେ ପର୍ୟ୍ୟଟକ ଙ୍କ ଅଧିକ ଭିଡ ଜମିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *