ମାଲକାନଗିରି ; ତା-୨୭/୦୧(ବିଏମସି ଟିଭି ଓଡ଼ିଆ)
ଖଇରପୁଟ ବ୍ଲକ ଅନ୍ତର୍ଗତ ପୁରୁଣାଗୁମ୍ମା ସ୍ଥିତ କୁଡୁମୁଳୁଗୁମ୍ମା ସରକାରୀ ଏସ.ଏସ.ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ ସଭାପତିତ୍ବ କରିଥିଲେ ଓ ଏଥିରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ର ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ବାଲିମେଳା ଓ.ଏଚ.ପି.ସି ଜିଏମ ଇଂ ଜ୍ୟୋତିର୍ମୟ ଦାସ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ କୁଡୁମୁଳୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ବାଲିମେଳା ଓ.ଏଚ.ପି.ସି ଡିଜିଏମ ଇଂ ଭିକାରି ଚରଣ ମଲ୍ଲିକ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଲଷ୍ମୀ ମାଝୀ, ମୁଦୁଲିପଡ଼ା ବିଦ୍ୟାଳୟ ପ୍ରଧାନଶିକ୍ଷକ ୱାଗା ମାଢ଼ି, ନବଦୟ ବିଦ୍ୟାଳୟ ୨ ର ପ୍ରଧାନ ଶିକ୍ଷକ ବ୍ରହ୍ମଦତ ପ୍ରସାଦ, ଗୋବିନ୍ଦପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଶଶାଙ୍କ ଶେଖର ଦାସ, ସାମ୍ବାଦିକ ଜ୍ୟୋତି ରଞ୍ଜନ ବେହେରା, ବିଦ୍ୟାଧର ସାହାଣୀ, ହିମାଂଶୁ ଶେଖର ସ୍ୱାଇଁ, ଗଣେଶ ପ୍ରସାଦ ଦାସ,ଅଶୋକ ଆଦୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରିଥିଲେ ଓ ଛାତ୍ରୀ ମାନେ ସମବେତ କଣ୍ଠରେ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଶାନ୍ତିପ୍ରିୟ ଗୁଡ଼ିଆ ଓ ଗୀତା ମୁଦୁଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଅତି ସୁନ୍ଦର ଭାବରେ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ଉପଲବ୍ଧି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅତିଥି ମାନେ ଛାତ୍ରୀ ମାନଙ୍କ ନିକଟରେ ତାଙ୍କ ଶିଖଣୀୟ କଥା ବକ୍ତ୍ୟବରେ ରଖିବା ସହିତ ବିଦ୍ୟାଳୟର ପରିବେଷ ଦେଖି ଅତିଥି ମାନେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସମସ୍ତ ଅତିଥି ମାନେ ବିଦ୍ୟାଳୟର ବିଭିନ୍ନ କୃତି ପ୍ରତିଭା ମାନଙ୍କୁ ପୁରସ୍କୃତ କରିଥିଲେ ଓ ଶେଷରେ ବିଦ୍ୟାଳୟର ଛାତ୍ରୀ ମାନେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ଯାହାକୁ ସମସ୍ତେ ଉତ୍ସୁକତାର ସହ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲା ବେଳେ ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ଜଣାପଡିଛି ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।