କୁସୁମୀ ଗୁଡ଼ି ସ୍ତରୀୟ ଅଘରିଆ ସମାଜ ର ସାଧାରଣ ବୈଠକ ଅନୁଷ୍ଠିତ।

ସମ୍ବଲପୁର ;ତା-୦୭/୦୨(ବିଏମସି ଟିଭି ଓଡିଆ)

କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ କୁସୁମୀ ଗ୍ରାମ ପଞ୍ଚାୟତର ଅଁଲପୋଷି ଗ୍ରାମରେ  ଅଖିଳ ଭାରତୀୟ ଅଘରିଆ ସମାଜ ର କୁସୁମୀ ଗୁଡ଼ି ସ୍ତରୀୟ ସମ୍ମିଳନୀ   ସଭାପତି ଦଧିଶଙ୍କର ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କମିଟିର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓବିସି ସଂରକ୍ଷଣ ଦାବି ଆନ୍ଦୋଳନରେ ଅଘରିଆ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ କମିଶନ ଉପାଧକ୍ଷ ଡ଼ ବିହାରୀ ଲାଲ ପଟେଲ, ଉପ ସଭାପତି ନରେଶ ପଟେଲ , ଆଞ୍ଚଳିକ ସଭାପତି ଭବାନୀ ଶଙ୍କର ନାୟକ, ମହିଳା ସଭାନେତ୍ରୀ ସଂଯୁକ୍ତ ପଟେଲ, ମଣ୍ଡଳ ସଭାପତି ରବି ନାରାୟଣ ପଟେଲ, ଅସିତ୍ କୁମାର ନାୟକ ବୁଲୁ , ପ୍ରଶାନ୍ତ ପଟେଲ, ପବିତ୍ର ନାୟକ , ନବୀନ ନାୟକ ପ୍ରମୁଖ ଆଲୋଚନା କରି ସମ୍ବିଧାନ ସଂଶୋଧନ ଓ ଆଗାମୀ ରାଜ୍ୟ ମହା ସମ୍ମିଳନୀକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ଯୁବ ସଭାପତି  ବିଭୂତି ଭୁଷଣ ପଟେଲ ସ୍ଵାଗତ ଭାଷଣ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *