ବଡ଼ବୋର୍ସିଂ ୧୦୮ପ୍ରହର ପଞ୍ଚ ମହାଯଜ୍ଞ।

ବେଲଗୁଣ୍ଠା ; ତା-୧୪/୦୧(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ଗ୍ରାମରେ ୧୦୮ପ୍ରହର ପଞ୍ଚ ମହାଯଜ୍ଞ ଆରମ୍ଭ ଆରମ୍ଭ ହୋଇଛି ।ଏହି ଅବସରରେ ରବିବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରାତିରୁ ୧୦୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଯଞ୍ଜ, ଜ୍ଞାନ ଯଜ୍ଞ ଏବଂ ଗୋ ଯଜ୍ଞ ଆରମ୍ଭ ହୋଇଯାଇଛି । ଗହଙ୍ଗୁ ମଠାଧୀଶ ରାଘବାନନ୍ଦ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ ବୋର୍ସିଂ,ଖାରିଗୁଡ଼ା,ଦଦରଲୁଣ୍ଡା, ବାଘୁଆପଲ୍ଲୀ,ସାର୍ଦ୍ଦୁଳ,ଖରିଡ଼ା ଏବଂ ସୋଲଣ୍ଡିର ସଂକୀର୍ତ୍ତନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅଖଣ୍ଡ ନାମ ପରିବେଷଣ କରୁଛନ୍ତି ।ଏହି ଅବସରରେ ମହନ୍ତ ରାଘବାନନ୍ଦ ଦାସଜୀ ମହାରାଜ,ଡଃ.ସତ୍ୟ ରଞ୍ଜନ ରଥ କଥା ରତ୍ନ ଜ୍ଞାନ ରଞ୍ଜନ ଜେନା ଶ୍ରୀରାମ କଥାମୃତ ପ୍ରବଚନ ପ୍ରଦାନ କରୁ୍ଥିବା ବେଳେ ମାଆ ତାରିଣୀ ଭଜନ ସମାରୋହ ଅନୁଷ୍ଠାନ ପକ୍ଷରୁ ଭଜନ ପରିବେଷଣ କରାଯାଉଛି । ଆସନ୍ତା ମଙ୍ଗଳବାର ଠାରୁ ପ୍ରବଚକ ମାନଙ୍କ ଦ୍ୱାରା ଭାଗବତ କଥାମୃତ ପରିବେଷଣର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ଯଜ୍ଞ ଦେଖିବା ପାଇଁ ଏବଂ ପ୍ରସାଦ ସେବନ କରିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ମୀନା ବଜାର ଏବଂ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଇବାକୁ ଶିଶୁ ,ମହିଳା ଏବଂ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । କାର୍ଯ୍ୟକ୍ରମରେ ବଡ଼ବୋର୍ସିଂ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *