ଧୂମଧାମରେ ପାଳିତ ହୋଇଯାଇଛି ଲଡ଼ୁକେଶ ମହାଦେବଙ୍କ କଳସ ଯାତ୍ରା ।

ନୟାଗଡ ; ତା-୨୪/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜ଼ିଲ୍ଲା ମାଛିପୋଡା ପଂଚାୟତର ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ । ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବା ଦେବୀଙ୍କୁ ବେଦଧୂନିରେ ଆମନ୍ତ୍ରଣ କରାଯାଇଥିଲା । ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀ ମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ । ଏବଂ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା । ୪ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରିଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ ।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *