ବଲାଙ୍ଗୀର/ଟିଟିଲାଗଡ ; ତା-୦୭/୦୧ ( ବିଏମସି ଟିଭି ଓଡ଼ିଆ )
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ନିକଟସ୍ଥ କୁମୁଡା ଗ୍ରାମ ନିକଟରେ ଦୀର୍ଘ୍ ଦିନ ଧରି ଚାଲି ଆସୁଥବା ଜୁଆ ଓ ମହିଳା ଦେହ ଜିବୀ ଙ୍କ ବେଆଇନ୍ କାର୍ଯ୍ୟ ଚାଲିଥିବା ନେଇ ବିଳମ୍ୱିତ ରାତିରେ ଉକ୍ତ କୁମୁଡ଼ା ଗ୍ରାମ ପାହାଡ ପଛ ପଟେ ପୋଲିସ ଚଢ଼ାଉ କରିଥିଲା । ଏହି ଜୁଆ ଖେଳ ସାଙ୍ଗ କୁ ତିନି ଜଣ ଯୁବତୀ ଆସୁଥିବା ବେଳେ ବେଶ୍ ମଦ , ଜୁଆ ତଥା ଦେହ ବ୍ୟବସାୟ ରେ ମଜ୍ଜି ରହୁଥିଲେ ଜୁଆଡିମାନେ । ଏ ସମ୍ପର୍କରେ ଟିଟିଲାଗଡ ନୂତନ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇ ସଦଳ ବଳେ ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ କରି ଥିଲେ। ପୁଲିସ୍କୁ ଦେଖି ଜୁଆଡିମାନେ ଚମ୍ପଟ ମାରି ଥିବା ଓ ତିନି ଜଣ ଯୁବତୀ ସହର ର ଏକ ନାମୀ ,ଦାମୀ ନୂତନ ଲଜ୍ ଘରେ ଥିବା ବେଳେ ଗିରଫ ହୋଇ ନ ଥିବା ଜଣା ପଡିଛି । ସେମାନଙ୍କ ଭିତରୁ ୯ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୮୨,୫୦୦ ଟଙ୍କା ଜବତ କରିବା ଓ ଏଥିସହ ୨ଟି ବାଇକ୍ ଓ ୬ ଟି ମୋବାଇଲ ଫୋନ ଜବତ କରିଥିଲା । ୯ ଜୁଆଡିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

ପ୍ରକାଶ ଯେ, ସହର ତଥା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ ଆଖ, ପାଖ ଅଞ୍ଚଳରୁ ନାମୀ, ଦାବି ବ୍ୟବସାୟୀ ତଥା ବିଭିନ୍ନ ଶ୍ରେଣୀୟ ଲୋକେ ଏହି ଖେଳ ରେ ମଜ୍ଜି ରହିବା ସହ ନିଜ ଗାଡ଼ି, ଦାମୀ ମୋବାଇଲ, ପିନ୍ଧା ସୁନା ଚେନ୍, ମୁଦି ଏ ଖେଳ ରେ ଲଗେଇ ସର୍ବସ୍ବାନ୍ତ ହେଉଥିବା ବେଳେ ଏହି ଭଳି କଡ଼ା ପେଟ୍ରୋଲିଂ ସହ ଚଢ଼ାଉ ନିତାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।