ଢେଙ୍କାନାଳ ;ତା-୧୨/୦୪(ବିଏମସି ଟିଭି ଓଡ଼ିଆ)
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନ ଯୋଜନାର ଶୁଭାରମ୍ଭ କଟକ ବାଲି ଯାତ୍ରା ପଡିଆ ଠାରେ ତା୧୧/୪/୨୦୨୫ ତାରିଖ ଦିନ ଅପରାହ୍ନ ଘ୨.୩୦ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବଟନ୍ ଚିପି ଶୁଭାରମ୍ଭ କରିଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କ ପ୍ରତ୍ୟକ୍ଷ

ତତ୍ତ୍ଵାବଧାନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟ ବନ୍ଦନା ଯୋଜନାର କାର୍ଯ୍ୟକ୍ରମ ରେ ରାସୋଳ ପିଏଚ୍ ସି ଅଧୀନସ୍ଥ ପଞ୍ଚାୟତ ଗୁଡିକରୁ ୨୫ ଜଣଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ।ଏହି କାର୍ଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କ ଦ୍ଵାରା ଓ ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର,ସରପଞ୍ଚ ଦିବାକର ନାଏକ ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।