ମନମୁଣ୍ଡା ଧାନ ମଣ୍ଡିରେ ଖରିଫ୍ ଧାନ କ୍ରୟର ଶୁଭାରମ୍ଭ।

ବୌଦ୍ଧ ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମାର୍କେଟ ୟାର୍ଡ଼ ଠାରେ ପୂଜାର୍ଚନା ସହ ଜିଲ୍ଲାର ପ୍ରଥମ ଖରିଫ ଧାନ କ୍ରୟର ଶୁଭାରମ୍ଭ କରାଯାଇଛି ।ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା,କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ଏ ଆର ସି ଏସ ହାଡିବନ୍ଧୁ ମହାକୁଡ଼, ସମବାୟ ସହକାରୀ ନିରୀକ୍ଷକ ଫକୀର ମୋହନ ବାଘ, ପ୍ୟାକ୍ସ ସଭାପତି ଗିରିଜା ନନ୍ଦନ ଦାନୀ ଙ୍କ ସହ ଯୋଗାଣ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବିଧାୟକ ଡାଙ୍ଗ ଭଲ ଧାନ ଆଣି ସରକାରଙ୍କ ନିୟମ ଅନୁଯାୟୀ ସହାୟକ ମୂଲ୍ୟ ୨୩ ଶହ ଟଙ୍କା ସହ ଇନପୁଟ ସବସିଡି ୮ଶହ ଟଙ୍କା ମିଶି ୩୧ ଶହ ଟଙ୍କା ନେବାକୁ ଚାଷୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ପଣ୍ଡା ଚାଷୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରି ଧାନ କିଣା ଯିବାର ପ୍ରତିଶୃତି ଦେଇଥିଲେ । ଉପଜିଲ୍ଲାପାଳ ଦଣ୍ଡସେନା ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର ସହ ଧାନର ମାନ ସଠିକ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ ।ଚାଷୀଙ୍କ ସୁରକ୍ଷା ନିମନ୍ତେ ମଣ୍ଡି ପରିସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।ହାଡିବନ୍ଧୁ ମହାକୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ଗିରିଜାନନ୍ଦନ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ମିଲର୍ସ ଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ ।ପ୍ରଥମ ଦିନରେ କୃତ୍ତିବାସ ମହଲା ଓ ଅଭିମନ୍ୟୁ କଲତା ଆଦି ଦୁଇ ଜଣ ଚାଷୀଙ୍କ ନିକଟରୁ ୫୫ କ୍ୱିଣ୍ଟାଲ ୮୬ କେଜି ଧାନ କ୍ରୟ କରାଯାଇଥିଲା ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *