ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବଜ୍ରପାତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୦୯/୦୭(ବିଏମସି ଟିଭି ଓଡ଼ିଆ)

ମହିଳା ମହାବିଦ୍ୟାଳୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଦ୍ବାରା ବଜ୍ରପାତ ସଚେତନତା ଉପରେ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ଏନ ଏସଏସ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ ଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନି ବିଭିନ୍ନ କଲେଜ ରୁ ତିନି ଶହ ରୁ ଅଧିକ ଏନ ଏସ ଏସ ସ୍ବେଚ୍ଛାସେବୀ ସହ ତାଙ୍କର ଗାଇଡ ଟିଚର୍ସ ଓ ଅଫିସର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସାଫଲ୍ଯମଣ୍ଡିତ କରିଥିଲେ। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରବିଶଙ୍କର ସତପଥି ସଭାପତିତ୍ବ କରି ଭୋଲଣ୍ଟିଅର୍ସ ମାନଙ୍କୁ ବଜ୍ରପାତ ସଚେତନତା ବାର୍ତା ପ୍ରଦାନ କରିଥିଲେ। ଏସ ଡି ପି ଓ  ଗୋକୁଳାନନ୍ଦ ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ବଜ୍ରପାତ ବିରୋଧରେ ଜୀବନ ରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏଫ ଏମ ବିଶ୍ବବିଦ୍ୟାଳୟର ଭୁଗୋଳ ପ୍ରଫେସର  ମନୋରଞ୍ଜନ ମିଶ୍ର ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ” ବଜ୍ରପାତ ଓ ଆମ୍ଭର ଦାୟୀତ୍ବ” ବିଷୟରେ ସୁନ୍ଦର ବକ୍ତବ୍ଯ ପ୍ରସ୍ତୁତ କରିଥିଲେ।ତାଙ୍କ ଦ୍ବାରା ପ୍ରୋଜେକ୍ଟ ପ୍ରେଜେନ୍ଟେଶନ ଉଚ୍ଚ ପ୍ରଶଂସିତ ହୋଇ ଥିଲା। ରାଇରଙ୍ଗପୁର ବ୍ଲକ ଚେୟାରମେନ  ଜ୍ଞାନରଂଜନ ହେମ୍ବ୍ରମ, ମହିଳା କଲେଜ ପରିଚାଳନା କମିଟିର ପୁରାତନ ସଭାପତି ମାଳତୀ ପରିଡା, ଡକ୍ଟର ଦେବେନ୍ଦ୍ର ନାଥ ଟୁଡୁ, ସମାଜସେବୀ  ଲଲିତ ମହାନ୍ତ , କନିକା ବୋସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଡି ପି ଓ  ଅନାମ ଚରଣ ରାଓଳ ସମ୍ମାନିତ ଅତିଥି ରୁପେ ମଞ୍ଚାସୀନ ହୋଇ ବଜ୍ରପାତ ର କାରଣ ଓ ନିରାକରଣ ଉପରେ ଶିକ୍ଷଣୀୟ ବାର୍ତା ପ୍ରଦାନ କରିଥିଲେ। ସର୍ବ ପ୍ରଥମେ କାର୍ଯ୍ୟକ୍ରମ ସଂଯୋଜକ ବିଜୟ କୁମାର ରାମ ସ୍ବାଗତ ସଂଭାଷଣ ଦେଇ ସଭା ପରିଚାଳନା କରିଥିଲେ। ଅତିଥିବୃନ୍ଦଙ୍କୁ ସସମ୍ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହିତ ସଂବର୍ଧିତ କରାଯାଇଥିଲା। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ତାଙ୍କର ବକ୍ତବ୍ଯ ପ୍ରଦାନ କରିବା ପରେ ଅଧ୍ୟାପକ ବବଲୁ କୁମ୍ଭକାର ଧନ୍ଯବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *